ଜେଟ୍‌ଲିଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ : ୩ ରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିବା ପରେ ଆଜି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ବାସଭବନ‌ରେ ଭେଟିଛନ୍ତି। ଜେଟ୍‌ଲିଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ମୋଦୀ ଜେଟ୍‌ଲିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ‌ଜେଟ୍‌ଲିଙ୍କ ବାସଭବନରେ ୨୦-୨୫ ମିନିଟ୍‌ ସମୟ ଅତିବାହିତ କରିଛନ୍ତି। ଜେଟ୍‌ଲିଙ୍କ ପତ୍ନୀ ସଂଗୀତା ଏବଂ ପୁଅ ରୋହନଙ୍କ ସହ କଥା ହୋଇ ସେମାନଙ୍କୁ ସମବେଦନା ଜଣାଇଛନ୍ତି। ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ରାଷ୍ଟ୍ର ଗସ୍ତରେ ଥିବା ଯୋଗୁଁ ଜେଟ୍‌ଲିଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚି ପାରିନଥିଲେ। ଜେଟ୍‌ଲିଙ୍କ ପରିବାର ସଦସ୍ୟ ମଧ୍ୟ ମୋଦୀଙ୍କୁ ଗସ୍ତ ବାତିଲ ନକରିବା ପାଇଁ ଅନୁରୋଧ କରିଥିଲେ। ଜେଟ୍‌ଲିଙ୍କ ମୃତ୍ୟୁ ସମୟରେ ମୋଦୀ ବାହରିନ୍‌ରେ ଥିଲେ। ସେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଥିଲେ ‌ଯେ ମୁଁ ବିଶ୍ବାସ କରିପାରୁନି ଯେ ମୁଁ ଏବେ ବାହରିନ୍‌ରେ ଏବଂ ମୋ ବନ୍ଧୁ ଜେଟ୍‌ଲି ଆଉ ନାହାନ୍ତି।

ସମ୍ବନ୍ଧିତ ଖବର