ବିଜେପି ମହିଳା ସାଂସଦଙ୍କୁ ଭେଟି ଏହି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ନବନିର୍ବାଚିତ ମହିଳା ସାଂସଦଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମହିଳା ସାଂସଦମାନଙ୍କୁ ମୋଦୀ କିଛି ନୂଆ ଦାୟିତ୍ୱ ଦେବା ସହ କୁପୋଷଣ ସମସ୍ୟାକୁ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି | ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ସାଂସଦ ପରସ୍ପରକୁ ଜାଣିବା ଆବଶ୍ୟକ | ଏହାସହ ରାଜନୀତି କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟ ପାଇଁ ଭାବିବା ଆବଶ୍ୟକ କହିଛନ୍ତି |

ମୋଦୀ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଶିଶୁମାନଙ୍କର କୁପୋଷଣ ପାଇଁ ମହିଳା ସାଂସଦମାନେ କିଭଳି ଶିଶୁଙ୍କୁ ପୌଷ୍ଟିକ ଭୋଜନ ମିଳିପାରିବ ସେ ଦିଗରେ କାର୍ଯ୍ୟ କରିବା ଉଚିତ | ୧୭ ତମ ଲୋକସଭାରେ ୭୮ ଜଣ ମହିଳା ସାଂସଦ ରହିଛନ୍ତି | ଏମାନଙ୍କ ମଧ୍ୟରୁ ୪୧ ଜଣ ସାଂସଦ ବିଜେପିର ଥିବାବେଳେ ସ୍ୱାଧୀନତା ପରେ ଏଥର ସର୍ବାଧିକ ମହିଳା ସାଂସଦ ସଂସଦକୁ ଆସିଛନ୍ତି |

ଏହି ଭେଟଘାଟ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ | ଏହାପୂର୍ବରୁ ମୋଦୀ ଯୁବ ସାଂସଦଙ୍କୁ ଭେଟିଥିଲେ |

ସମ୍ବନ୍ଧିତ ଖବର