ମୋଦୀ-ପୋପ୍ ଆଲୋଚନା : ସ୍ଥିର ହୋଇଥିଲା ୨୦ ମିନିଟ… କିନ୍ତୁ ଚାଲିଲା ୧ଘଣ୍ଟା, କାରଣ କ’ଣ?

ଭାଟିକାନ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ଜଳବାୟୁ ପରିବର୍ତ୍ତନ ଓ ଦାରିଦ୍ର୍ୟ ଦୂରୀକରଣ ଉପରେ ଆଲୋଚନା କରିଛନ୍ତି ।

ଭାଟିକାନଠାରେ ପୋପ ଫ୍ରାନ୍ସିସଙ୍କୁ ଭେଟିବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଏହି ସାକ୍ଷାତ ମାତ୍ର ୨୦ ମିନିଟ ପାଇଁ ରଖାଯାଇଥିଲା, କିନ୍ତୁ  ଉଭୟ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ । ଏହି ଆଲୋଚନା ଅବସରରେ ଭାରତ ଗସ୍ତରେ ଆସିବାକୁ ପୋପଙ୍କୁ ନିମନ୍ତ୍ରଣ କରିଛନ୍ତି । ମୋଦୀଙ୍କ ଭାଟିକାନ ଗସ୍ତ ଅବସରରେ ତାଙ୍କ ସହିତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଓ ଅଜିତ ଡୋଭାଲ ଉପସ୍ଥିତ ଥିଲେ ।

ପୂର୍ବରୁ ଗତ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ  ପୋପ୍ ଜନ ପଲ୍ ୨ୟ ଭାରତ ଗସ୍ତରେ ଆସିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ହେଉଛି ଯେ ଭାଟିକାନ ସିଟି ରୋମ ନଗରୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ । ଏହାକୁ ଏକ ସ୍ବତନ୍ତ୍ର ନଗର ରାଷ୍ଟ୍ରର ମାନ୍ୟତା ଦିଆଯାଇଛି । ଭାଟିକାନରେ ସମଗ୍ର ବିଶ୍ବରେ ଥିବା ରୋମାନ କାଥୋଲିକ ଚର୍ଚ୍ଚଗୁଡ଼ିକର ମୁଖ୍ୟାଳୟ ଅବସ୍ଥିତ ।

ସୂଚନାଯୋଗ୍ୟ ଯେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରୋନ, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଜୋକୋ ଇଡୋଡୋଙ୍କୁ ଭେଟିଛନ୍ତି ।

 

ସମ୍ବନ୍ଧିତ ଖବର