ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ସେ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ)ର ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇ ସେଠାକୁ ଯାଇଥିଲେ ।

ଏହାପୂର୍ବରୁ ଆଜି ସଂଧ୍ୟାରେ ଏନଡିଏ ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ନେତା ଚୟନ କରାଯାଇଥିଲା । ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ । ଏହାପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକରେ ମଧ୍ୟ ମୋଦିଙ୍କୁ ନେତା ମନୋନୀତ କରାଯାଇଥିଲା ।
ଆସନ୍ତା ୩୦ ତାରିଖରେ ନୂଆ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାରାଣାସୀ ଯିବାର କାର୍ଯ୍ୟକ୍ରମ ରହିଛି । ମୋଦି ବାରାଣାସୀ ଲୋକସଭା ଆସନରୁ ୪.୭୯ ଲକ୍ଷର ବିଶାଳ ଭୋଟ ବ୍ୟବଧାନରେ ବିଜୟୀ ହେଇଛନ୍ତି । ନିକଟରେ ସମାପ୍ତ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟ ମୋଟ ୩୫୦ଟି ଆସନ ପାଇଛି ।

ସମ୍ବନ୍ଧିତ ଖବର