ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ପରେ ପୁଟିନ୍ ଓ ଜିନପିଙ୍ଗଙ୍କ ସହ ଆତଙ୍କବାଦ ଓ ବାଣିଜ୍ୟ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଓସାକା : ଜାପାନରେ ଚାଲିଥିବା ଜି-୨୦ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଓ ଚୀନ୍ ରାଷ୍ଟ୍ରପତି  ଜିନପିଙ୍ଗଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଭୟ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରିଛନ୍ତି । ବିଶେଷକରି ବାଣିଜ୍ୟ ଓ ଆତଙ୍କବାଦ ପ୍ରସଙ୍ଗରେ ମୋଦୀ ଏହି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହି ତିନି ଦେଶକୁ ଜି-୨୦ବୈଠକ  ‘ଆରଆଇସି ଗ୍ରୁପ୍’ ବୋଲି କୁହାଯାଉଛି ।

ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଓ ଭାରତ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା।  ତିନି ଦେଶର ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ସଂଯୋଗୀକରଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ।

Image Source: Hindustan Times

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ, ଆମେରିକା ଏବଂ ଜାପାନ ବିଶ୍ୱର ତିନିଟି ପ୍ରମୁଖ ଦେଶ । ସବକା ସାଥ୍ ସବକା ବିକାଶ, ହେଉଛି ଭାରତର ମୂଳମନ୍ତ୍ର । ଦ୍ୱିତୀୟ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ଏହା  ଥିଲା ପ୍ରଥମ ସାକ୍ଷାତ । ବିଶେଷ କରି ଟିକସ, ପ୍ରତିରକ୍ଷା, ଫାଇଭ୍-ଜି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନାରେ ଇରାନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି ।

ଅନ୍ୟପଟେ, ଓସାକାରୁ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜି-୨୦ ସମ୍ମିଳନୀ ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ  ମୋଦୀ କହିଛନ୍ତି, ଆତଙ୍କବାଦ ବିଶ୍ୱ ପାଇଁ ବିପଦ । ତେଣୁ ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବାକୁ ହେବ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶର ବାଟକୁ ବନ୍ଦ୍ କରିବାକୁ ପଡିବ । ଏହି ବୈଠକରେ ଭାରତ, ଋଷ, ଚୀନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲର ପ୍ରତିନିଧି ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର