ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ମାର୍ଚ୍ଚ ୧୭, ୨୦୨୫) ଦିନ ଆମେରିକୀୟ ଗୁଇନ୍ଦା ବିଭାଗମୁଖ୍ୟ ତୁଳସୀ ଗାବାର୍ଡଙ୍କୁ ସାକ୍ଷାତ କରିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତୁଳସୀଙ୍କୁ ଉପହାର ସ୍ୱରୂପ କୁମ୍ଭମେଳା ସମୟରେ ତ୍ରିବେଣୀ ସଂଗମର ପବିତ୍ର ଜଳ ପ୍ରଦାନ କରିଥିଲେ। ଏହା ବଦଳରେ ତୁଳସୀ ଗାବାର୍ଡ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୁଳସୀମାଳ ଉପହାର ଦେଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମରିସସ ଗସ୍ତ ସମୟରେ ରାଷ୍ଟ୍ରପତି ଧର୍ମବୀର ଗୋଖୁଲଙ୍କୁ କୁମ୍ଭ ମେଳାର ଜଳ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତୁଳସୀଙ୍କ ମଧ୍ୟରେ ଏହି ସାକ୍ଷାତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପୂର୍ବରୁ ତୁଳସୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଭାରତ ଆମେରିକା ମାଟିରେ ଖଲିସ୍ତାନୀ କାର୍ଯ୍ୟକଳାପ କରୁଥିବା ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତୁଳସୀଙ୍କ ମଧ୍ୟରେ ଏହି ସାକ୍ଷାତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପୂର୍ବରୁ ତୁଳସୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଭାରତ ଆମେରିକା ମାଟିରେ ଖଲିସ୍ତାନୀ କାର୍ଯ୍ୟକଳାପ କରୁଥିବା ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏହି ସଂଗଠନ ଏସଏଫଜେର ମୁଖ୍ୟ ଅଟନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତୁଳସୀଙ୍କର ଏହା ଦ୍ୱିତୀୟ ସାକ୍ଷାତ ଥିଲା। ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ତୁଳସୀ ଗାବାର୍ଡଙ୍କୁ ମଧ୍ୟ ଭେଟିଥିଲେ। ଏହି ବୈଠକରେ ସେମାନେ ଆତଙ୍କବାଦ ଏବଂ ସାଇବର ନିରାପତ୍ତା ଉପରେ ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିବା ସହ ଭାରତ-ଆମେରିକା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଅନେକ ପ୍ରସଙ୍ଗ ରେ ଆଲୋଚନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/17/GH6AxiGnJrdZ7PNdY61i.jpg)