ଆମେରିକା ବିରୋଧରେ ଏକାଠି ହେବାକୁ ମୋଦିଙ୍କୁ ଚୀନର ଆହ୍ଵାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିରଗୀଜସ୍ତାନର ବିସକେକଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକରେ ଯୋଗ ଦେବା ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କୁ ଭେଟିଛନ୍ତି । ସାଧାରଣ ନିର୍ବାଚନ ମୋଦି ଓ ତାଙ୍କ ଦଳ ବିଜେପିର ବିପୁଳ ବିଜୟ ପରେ ଏହା ହେଉଛି ଚୀନ ରାଷ୍ଟ୍ରପତିଙ୍କ ସହ ପ୍ରଥମ ସାକ୍ଷାତ । ଆମେରିକା ସରକାରଙ୍କ ବାଣିଜ୍ୟ ଯୁଦ୍ଧ ଯୋଗୁଁ ଉଭୟ ଚୀନ ଓ ଭାରତ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ଉଭୟ ଦେଶ ଏକାଠି ହେବାକୁ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ କିଛି ଦିନ ତଳେ ଅହ୍ଵାନ ଦେଇଥିଲେ । ଏପରିପ୍ରେକ୍ଷୀରେ ଉଭୟ ନେତାଙ୍କ ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି । କିଛି ଦିନ ତଳେ ଆମେରିକା ଭାରତକୁ ପ୍ରଦାନ କରୁଥିବା କେତେକ ବାଣିଜ୍ୟିକ ରିହାତି ପ୍ରତ୍ୟାହାର କରିନେଇଥିଲା । ଚୀନ ଉପରେ ମଧ୍ୟ ପୂର୍ବରୁ କେତେକ କଟକଣା ଲଗାଯାଇଛି ।

ମୋଦି ନିଜର ବିସକେକ ରହଣି କାଳରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ମୋଦି ଏହି ଅବସରରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ ।

ସମ୍ବନ୍ଧିତ ଖବର