ଦୁବାଇ: ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ ଭାରତ ଏବଂ ଇଟାଲୀ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଖୋଜୁଛନ୍ତି। ଏ ଦିଗରେ ଉଭୟ ରାଷ୍ଟ୍ର ମିଳିତ ପ୍ରୟାସ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ଇଟାଲି ଦ୍ବିପାକ୍ଷିକ ସଂପର୍କ ଅଧିକ ସୁଦୃଢ଼ କରିବା ଉପରେ ଉଭୟ ନେତା ଗୁରୁତ୍ବାରୋପ କରିଛନ୍ତି।