ନାମ ନ ନେଇ ବି ତାଲିବାନକୁ କଡା ସନ୍ଦେଶ ଶୁଣାଇଲେ ମୋଦୀ, ଆତଙ୍କବାଦୀଙ୍କ ଅସ୍ତିତ୍ୱ କଦାପି ସ୍ଥାୟୀ ନୁହେଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ଆତଙ୍କବାଦ ଆଧାରରେ ବିନାଶ କରୁଥିବା ଶକ୍ତି କିଛି ସମୟ ପାଇଁ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି କିନ୍ତୁ ସେମାନଙ୍କର ଅସ୍ତିତ୍ୱ କଦାପି ସ୍ଥାୟୀ ନୁହେଁ ଏବଂ ସେମାନେ ମାନବିକତାକୁ ଦମନ କରିପାରିବେ ନାହିଁ। ପ୍ରସିଦ୍ଧ ସୋମନାଥ ମନ୍ଦିର ସହ ଜଡିତ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସେହି ସମୟରେ ଆସିଛି ଯେତେବେଳେ ପଡୋଶୀ ଦେଶ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିଛି । ମୋଦୀ କୌଣସି ଦେଶର ନାମ ନ ନେଇ କହିଛନ୍ତି ଯେ ପ୍ରଭୁ ସୋମନାଥଙ୍କ ମନ୍ଦିର କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ବିଶ୍ୱାସ। ଯାହାକି ସନ୍ଦେଶ ଦେଇଥାଏ ଯେ, ବିନାଶକାରୀ ଶକ୍ତି କିଛି ସମୟ ପାଇଁ ନିଜର ଆତଙ୍କବାଦକୁ ବିସ୍ତାର କରିପାରନ୍ତି , କିନ୍ତୁ ଏହାର ଅସ୍ତିତ୍ୱ କଦାପି ଅସ୍ଥାୟୀ ନୁହେଁ |

ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ମାନବିକତାକୁ ଦମନ କରିପାରିବେ ନାହିଁ | ସେ କହିଛନ୍ତି ଯେ କେତେକ ଅତ୍ୟାଚାରୀ ସୋମନାଥ ମନ୍ଦିରକୁ ଭାଙ୍ଗି ଦେଉଥିଲେ | ଶହ ଶହ ବର୍ଷର ଇତିହାସରେ ଏହି ମନ୍ଦିର କେତେଥର ଭାଙ୍ଗି ଯାଇଛି, ମୂର୍ତ୍ତିଗୁଡ଼ିକ ଭାଙ୍ଗି ଯାଇଛି | କିନ୍ତୁ ଯେତେଥର ଏହାକୁ ଭାଙ୍ଗିଦିଆଯାଇଥିଲେ ବି ଏହା ସେତେଥର ଠିଆ ହୋଇଛି |

ଆଜି ସୋମନାଥ ମନ୍ଦିର କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ବାର୍ତ୍ତା ଦେଉଛି ଯେ ଭାଙ୍ଗୁଥିବା ଶକ୍ତିମାନେ କିଛି ସମୟ ପାଇଁ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି, କିନ୍ତୁ ସେମାନଙ୍କର ଅସ୍ତିତ୍ୱ ସ୍ଥାୟୀ ନୁହେଁ | ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ମାନବିକତାକୁ ଦମନ କରିପାରିବେ ନାହିଁ |

ସମ୍ବନ୍ଧିତ ଖବର