ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ମାଳଦ୍ବୀପ ପ୍ରତିପକ୍ଷ ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ଭେଟିଛନ୍ତି। ମାଳଦ୍ବୀପ ରାଷ୍ଟ୍ରପତି ସୋଲିହ ଏବେ ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ମୋଦୀ ଆଜି ସୋଲିହଙ୍କୁ ସାକ୍ଷାତ କରିଛନ୍ତି। ଭାରତ ଏବଂ ମାଳଦ୍ବୀପ ମଧ୍ୟରେ ଆଜି ୬ଟି ଚୁକ୍ତି ସ୍ବାକ୍ଷର ହୋଇଛି। ମୋଦୀ ଏବଂ ସୋଲିହ ଆଜି ଗ୍ରେଟର ମାଲେ କନେକ୍ଟିଭିଟି ପ୍ରୋଜେକ୍ଟର ଉଦ୍ଘାଟନ କରିଛନ୍ତି। ଏଥିସହ ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ପୁଲିସ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିଭିନ୍ନ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଗଣମାଧ୍ୟମକୁ ଉଦ୍ବୋଧନ ଦେଇ ସୋଲିହ କହିଛନ୍ତି, ମାଳଦ୍ବୀପ-ଭାରତ ସମ୍ପର୍କ କୂଟନୀତିରୁ ଊର୍ଦ୍ଧ୍ବରେ। ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ମାଲେ କନେକ୍ଟିଭିଟି ପ୍ରୋଜେକ୍ଟ ପାଇଁ ଭାରତ ସହାୟତା ଘୋଷଣା କରିଛି। ମାଲେ କନେକ୍ଟିଭିଟି ପ୍ରୋଜେକ୍ଟ ଭାରତର ୟୁଏସ୍ଡି ୧୦୦ ନିୟୁତ ସହାୟତା ଏବଂ ୪୦୦ ନିୟୁତ ଡଲାର ଋଣ ସହାୟତାରେ ନିର୍ମାଣ ହେବ। ଭାରତ ମଧ୍ୟ ମାଳଦ୍ବୀପରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଅତିରିକ୍ତ ୧୦୦ ନିୟୁତ ଡଲାର ଋଣ ସହାୟତା ଦେବାପାଇଁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ମାଳଦ୍ବୀପ ପ୍ରତିପକ୍ଷଙ୍କୁ ଭେଟିବାପରେ ଏକ ମିଳିତ ପ୍ରେସ ବିବୃତି ଜାରି କରି ଏହା କହିଛନ୍ତି।
ମାଳଦ୍ବୀପ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ, ୬ ଚୁକ୍ତି ସ୍ବାକ୍ଷର
/sambad/media/post_attachments/wp-content/uploads/2022/08/d654g6da5g465da4g65dagdagdgdd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)