ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ଆଜି ଶେଷ ହେବାପରେ ଏକ ଗୁରୁତ୍ବପୂର୍ଣ୍ଣ ଫଟୋ ଇଣ୍ଟରନେଟ୍ରେ ଭାଇରାଲ୍ ହୋଇଛି। ଏହି ଫଟୋଟି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସରକାରୀ ଟ୍ବିଟର୍ ପ୍ରୋଫାଇଲ୍ରେ ପଡ଼ିଛି। ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ , ଏନ୍ସି ମୁଖ୍ୟ ଫାରୁକ ଅବଦୁଲ୍ଲା ଏବଂ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ଭେଟିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚ୍ୟାମ୍ବରରେ ଆଜିର ଏହି ସାକ୍ଷାତ ହୋଇଛି। ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ବୈଠକ ସମୟରେ ଉପସ୍ଥିତ ଥିଲେ।
ସୋନିଆ, ଫାରୁକ୍, ମୁଲାୟମଙ୍କୁ ଭେଟିଲେ ମୋଦୀ
/sambad/media/post_attachments/wp-content/uploads/2022/04/5f4sh65fs465fshfhfhsfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)