ଦୁବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍‌ ହେର୍ଜୋଗ୍‌ଙ୍କୁ ଦୁବାଇରେ ଭେଟିଛନ୍ତି। ସିଓପି ୨୮ ଅବସରରେ ଦୁବାଇରେ ଦୁଇ ନେତା ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ଏବଂ ହମାସ୍‌ ସହ ଚାଲିଥିବା ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍‌ ଆତଙ୍କବାଦୀ ସଂଗଠନ କରିଥିବା ଭୟାନକ ଆକ୍ରମଣରେ ପ୍ରାଣ ହରାଇଥିବା ଇସ୍ରାଏଲୀ ନାଗରିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିଥିଲେ। ଅନ୍ୟପକ୍ଷରେ ଗାଜାରେ ଚାଲିଥିବା ଯୁଦ୍ଧର ତୁରନ୍ତ ପରିସମାପ୍ତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।