ନୂଆଦିଲ୍ଲୀ: ଜିଏସ୍ଟି ସମେତ ଦେଶର ସାମ୍ପ୍ରତିକ ସ୍ଥିତି ତଥା ସରକାରୀ ଯୋଜନାଗୁଡ଼ିକର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୧୦ରେ ମନ୍ତ୍ରୀ ପରିଷଦର ବୈଠକ ଡକାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୦ରେ ସମସ୍ତ ମନ୍ତ୍ରୀମାନଙ୍କୁ ଦିଲ୍ଳୀରେ ରହିବାପାଇଁ ସୂଚିତ କରାଯାଇଛି। ସୁତ୍ର ଅନୁସାରେ ବୈଠକରେ ସରକାରଙ୍କ କାର୍ଯ୍ୟ ସମୀକ୍ଷା ସମ୍ପର୍କରେ ଆଲୋଚନା କରାଯିବ। ବିମୁଦ୍ରାକରଣର ଗୋଟିଏ ବର୍ଷର ଅନୁଭବ ସମ୍ପର୍କରେ ମୋଦି ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କଠାରୁ ବୁଝିବେ। ବୈଠକରେ ଅନ୍ୟ ସବୁ ପ୍ରସଙ୍ଗ ସହ ଜିଏସଟିର କ୍ରିୟାନ୍ଵୟନ ନେଇ ମଧ୍ୟ ଆଲୋଚନା ହେବ। ଜିଏସଟି ଲାଗୁ ହେବାର ୫ ମାସ ବିିତି ଯାଇଥିବାରୁ ଏ ବାବଦ ତଥ୍ୟ ନେବାପାଇଁ ମୋଦି ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହ ବିଚାରବିମର୍ଶ କରିବେ। ଏତଦ୍ବ୍ୟତୀତ ମୋଦିଙ୍କ କାର୍ଯ୍ୟକାଳ ସରିବାକୁ ଆଉ ଦେଢ଼ବର୍ଷ ବାକି ଥିବାରୁ ଏହି ସୀମିତ ସମୟସୀମା ମଧ୍ୟରେ ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ବଳକା ଅବଧିରେ କେଉଁସବୁ ଯୋଜନା ଗୁଡ଼ିକ ଲୋକହିତ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବ ସେନେଇ ମୋଦି ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କ ସହ ଆଲୋଚନା କରିପାରନ୍ତି। ଏହାବାଦ୍ ମନ୍ତ୍ରୀ ପରିଷଦ ବୈଠକରେ ସମ୍ଭବତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ସଂସଦର ଶୀତକାଳୀନ ଅଧିବେଶନ ସମ୍ପର୍କରେ ମଧ୍ୟ ଆଲୋଚନା କରିପାରନ୍ତି। ନଭେମ୍ବର ଦ୍ୱିତୀୟ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥାଏ। ହେଲେ ସଂସଦର ଚଳିତ ଶୀତକାଳୀନ ଅଧିବେଶନର ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ। ଗୁଜରାଟ ନିର୍ବାଚନ ଦୃଷ୍ଟିରୁ ଏଥର ଶୀତକାଳୀନ ଅଧିବେଶନକୁ ଡିସେମ୍ବର ତୃତୀୟ ସପ୍ତାହରେ କରିବା ଲାଗି ସରକାର ଯୋଜନା କରୁଥିବା ଅନୁମାନ କରାଯାଉଛି। ହିମାଚଳ ଓ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୧୮ରେ ଘୋଷଣା କରାଯିବାପରେ ସଂସଦର ଶୀତକାଳୀନ ଅଧିବେଶନର ସମ୍ଭାବ୍ୟ ତାରିଖ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ। ଏହାବାଦ୍ ମନ୍ତ୍ରୀ ପରିଷଦ ବୈଠକରେ କଳାଧନ ବିରୋଧୀ ଦିବସ ଅନ୍ତର୍ଗତ ପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରାଯାଇପାରେ ବୋଲି ଅନୁମାନ କରାଯାଉଛି।
ନଭେମ୍ବର ୧୦ରେ ମୋଦିଙ୍କ ମନ୍ତ୍ରୀ ପରିଷଦ ବୈଠକ
/sambad/media/post_attachments/wp-content/uploads/2017/10/modi-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)