ମୋଦିଙ୍କୁ ହତ୍ୟା ଯୋଜନା କରିଥିଲା ଆଇଏସ୍‌

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଯୋଜନା କରିଥିଲା। ଆଜି ଗୁଜରାଟ ପୁଲିସର ଆତଙ୍କବାଦ ନିରୋଧ ସ୍କ୍ଵାଡ(ଏଟିଏସ୍‌) ଅଦାଲତରେ ଦାଖଲ କରିଥିବା ଚାର୍ଜସିଟ୍‌ରୁ ଏହି ବିସ୍ଫୋରକ ତଥ୍ୟ ଜଣାପଡ଼ିଛି। ଏହି ଚାର୍ଜସିଟରେ କୁହାଯାଇଛି ଯେ, ଆଇଏସ୍‌ର ସନ୍ଦିଗ୍ଧ ଆତଙ୍କବାଦୀ ଉବୈଦ ମିର୍ଜା ପ୍ରଧାନମନ୍ତ୍ରୀଙ୍କୁ ସ୍ନାଇପର ରାଇଫଲ ଯୋଗେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା। ଏନେଇ ସୋସିଆଲ ମିଡ଼ିଆର ଏକ ମେସେଜିଂ ଆପ୍‌ ଯୋଗେ ମଧ୍ୟ ସେ ସୂଚନା ଦେଇଥିବା ଏଟିଏସ୍‌ କହିଛି। ଉକ୍ତ ମେସେଜ, ଫୋନ ଓ ପେନଡ୍ରାଇଭକୁ ଜବତ କରିବା ପରେ ଗୁଜରାଟ ଏଟିଏସ ଏଭଳି ଭୟଙ୍କର ଷଡଯନ୍ତ୍ର ବିଷୟରେ ଜାଣିବାକୁ ପାଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର