କାର୍ଗିଲରେ ଦୀପାବଳି ପାଳିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଚଳିତବର୍ଷର ଦୀପାବଳି ଉତ୍ସବ କାର୍ଗିଲରେ ଯବାନମାନଙ୍କ ଗହଣରେ ପାଳନ କରିଛନ୍ତି। ସେନାବାହିନୀର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଭାରତ କେବେବି ଯୁଦ୍ଧକୁ ପ୍ରଥମ ବିକଳ୍ପ ଭାବେ ଚିନ୍ତା କରିନାହିଁ। ବରଂ ଶେଷ ଅସ୍ତ୍ରଭାବେ ଏହାକୁ ବ୍ୟବହାର କରିଛି। ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ଭାରତର ଲକ୍ଷ୍ୟ। ତେବେ ଶକ୍ତି ବିନା ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ମୋଦୀ ମତ ଦେଇଛନ୍ତି। ଗତ ୮ ବର୍ଷ ମଧ୍ୟରେ ସେନାବାହିନୀରେ କାର୍ଯ୍ୟକାରୀ ହୋଇଥିବା ନୂଆ ଯୋଜନା ସଂପର୍କରେ ମୋଦୀ ସୂଚନା ଦେଇଥିଲେ। ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ଦେଶର ସୀମାନ୍ତ ଅଞ୍ଚଳକୁ ଯାଇ ଯବାନମାନଙ୍କ ଗହଣରେ ଦୀପାବଳି ପାଳନ କରିଆସୁଛନ୍ତି।

ଗତବର୍ଷ ଜମ୍ମୁର ନୌସେରାରେ, ୨୦୨୦ରେ ଜୟସେଲମାରର ଲଙ୍ଗେୱାଲାରେ, ୨୦୧୯ରେ ରାଜୌରୀରେ, ୨୦୧୮ରେ ଉତ୍ତରାଖଣ୍ଡର ହରସିଲରେ, ୨୦୧୭ରେ କାଶ୍ମୀର ଗୁରେଜ ଉପତ୍ୟକାରେ, ୨୦୧୬ରେ ହିମାଚଳ ପ୍ରଦେଶରେ, ୨୦୧୫ରେ ପଞ୍ଜାବରେ ଏବଂ ୨୦୧୪ରେ ସିଆଚେନରେ ଯବାନମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି।

ସମ୍ବନ୍ଧିତ ଖବର