ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଦିନ କୌଣସି ନା’ କୌଣସି ପ୍ରସଙ୍ଗରେ ଟାର୍ଗେଟ୍ କରୁଥିବା ବସପା ସୁପ୍ରିମୋ ମାୟାବତୀ ଆଜି ପୁଣିଥରେ ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମାୟାବତୀ ଦାବି କରିଛନ୍ତି, ମୋଦୀ ବାରଣାସୀରେ ଭୋଟରମାନଙ୍କୁ ଲାଞ୍ଚ ଦେଉଛନ୍ତି। ବିଜେପି କର୍ମୀମାନେ ଚୋରାରେ ଉପହାର ବାଣ୍ଟୁଛନ୍ତି। ମୋଦୀଙ୍କ ପାଇଁ ଭୋଟ୍ ଦେବାକୁ କେତେକ ସ୍ଥାନରେ ଲୋକମାନଙ୍କୁ ଧମକ ଦିଆଯାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ନିର୍ବାଚନ କମିସନ୍ ବାରଣାସୀ ଉପରେ ମଧ୍ୟ ସତର୍କ ନଜର ରଖିବା ଉଚିତ୍ ବୋଲି ମାୟାବତୀ କହିଛନ୍ତି।
ମୋଦୀ ବାରଣାସୀ ଭୋଟର୍ଙ୍କୁ ଲାଞ୍ଚ ଦେଇଛନ୍ତି: ମାୟାବତୀ
/sambad/media/post_attachments/wp-content/uploads/2019/05/maya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)