ଜାପାନ ଗସ୍ତରେ ମୋଦୀ: ଭାରତ-ଜାପାନ ସଂପର୍କ ବୁଦ୍ଧ, ଜ୍ଞାନ ଆଧାରିତ

ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ବାଡ୍‌ ସମ୍ମିଳନୀ ପାଇଁ ଆଜିଠାରୁ ୨ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନ‌ରେ ମୋଦୀ ଆଜି ଟୋକିଓରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ମୋଦୀ ଭାରତ ଏବଂ ଜାପାନର କୂଟନୈତିକ ସମ୍ପର୍କ ଉପରେ ଗୁରୁତ୍ବା‌ରୋପ କରିବା ସହ କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇକୁ ପ୍ରଶଂସା କରିଛନ୍ତି। ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଭାରତ-ଜାପାନ କୂଟନୈତିକ ସମ୍ପର୍କକୁ ୭୦ ବର୍ଷ ହେବାକୁ ଯାଉଛି। ଭାରତ ଏବଂ ଜାପାନ ହେଉଛନ୍ତି ସ୍ବାଭାବିକ ଅଂଶୀଦାର। ଉଭୟ ଦେଶର ସଂପର୍କ ବୁଦ୍ଧ, ଜ୍ଞାନ ଓ ଧ୍ୟାନ ଉପରେ ଆଧାରିତ। ଭାରତର ବିକାଶ ଯାତ୍ରାରେ ଜାପାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜାପାନ ସହ ଆମ ସମ୍ପର୍କ ବିଶ୍ବ ପାଇଁ ଶକ୍ତି ଓ ସମ୍ମାନର ସଂପର୍କ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଗଣତନ୍ତ୍ର ସୁଦୃଢ଼ ହୋଇଛି ଏବଂ ଜନତାଙ୍କ ନେତୃତ୍ୱର ସରକାର ପରିଚାଳିତ ହେଉଛି। ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଗଣତନ୍ତ୍ର ଉପରେ ନିରନ୍ତର ବିଶ୍ୱାସ ଦେଶକୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି । ଭାରତର ବିକାଶରେ ଜାପାନର ସହାୟତା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଳ ବ୍ୟବସ୍ଥା, ଦିଲ୍ଲୀ-ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ କରିଡର ଭଳି ପ୍ରକଳ୍ପ ଭାରତ-ଜାପାନ ସହଭାଗିତାର ବଡ ଉଦାହରଣ ।

ପ୍ରଧାନମନ୍ତ୍ରୀ ଆଜି ଜାପାନର ୩୪ଟି କମ୍ପାନିର ସିଇଓମାନଙ୍କ ସହ ଏକ ବୈଠକ କରିବା ବେଳେ ‘ଜାପାନ ୱିକ୍‌’ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୋଦୀ ଆଜି ଜାପାନରେ ଗୁରୁତ୍ବପୂର୍ଣ୍ଣ ଉଦ୍ୟୋଗପତିଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କୁ ଭାରତରେ ବିନିଯୋଗ କରିବାକୁ କହିଛନ୍ତି। ମୋଦୀ ୪୦ ଘଣ୍ଟା ଜାପାନରେ ରହିବେ। ଏହି ସମୟ ମଧ୍ୟରେ ତାଙ୍କର ୨୩ଟି କାର୍ଯ୍ୟକ୍ରମ ରହିଛି। ମୋଦୀ

ସମ୍ବନ୍ଧିତ ଖବର