ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିଛି। ଏହା ପରେ ପାକିସ୍ତାନ ଏକ ବଡ଼ ସଂକଟ ଆଡ଼କୁ ଗତି କରୁଛି । ଅନ୍ୟପ୍ରକାରେ କହିଲେ ପାକିସ୍ତାନ ବିରୋଧରେ ଭାରତ ଜଳ ଯୁଦ୍ଧ ଆରମ୍ଭ କରିଦେଇଛି ।
ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଏକ ସାର୍ବଜନୀନ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- ପୂର୍ବରୁ ଭାରତର ପାଣି ବାହାରକୁ ଯାଉଥିଲା, ଏବେ ଏହା ଭାରତର ସ୍ୱାର୍ଥ ପାଇଁ ରହିବ ଏବଂ ଦେଶ ପାଇଁ ଉପଯୋଗୀ ହେବ। ଅର୍ଥାତ୍, ଯେଉଁ ପାଣି ପୂର୍ବରୁ ଭାରତର ସୀମା ବାହାରକୁ ପ୍ରବାହିତ ହେଉଥିଲା (ବିଶେଷକରି ନଦୀ ଜଳ ପାକିସ୍ତାନ କିମ୍ବା ବାଂଲାଦେଶ ଭଳି ପଡ଼ୋଶୀ ଦେଶକୁ ପ୍ରବାହିତ ହେଉଥିବା ପରିପ୍ରେକ୍ଷୀରେ), ଭାରତ ସରକାର ଏବେ ସେହି ପାଣିକୁ ବନ୍ଦ କରି ଦେଶର ହିତ ପାଇଁ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- ପୂର୍ବରୁ ଭାରତର ପାଣି ବାହାରକୁ ଯାଉଥିଲା, ଏବେ ଏହା ଭାରତର ସ୍ୱାର୍ଥ ପାଇଁ ରହିବ ଏବଂ ଦେଶ ପାଇଁ ଉପଯୋଗୀ ହେବ। ଅର୍ଥାତ୍, ଯେଉଁ ପାଣି ପୂର୍ବରୁ ଭାରତର ସୀମା ବାହାରକୁ ପ୍ରବାହିତ ହେଉଥିଲା, ଭାରତ ସରକାର ଏବେ ସେହି ପାଣିକୁ ବନ୍ଦ କରି ଦେଶର ହିତ ପାଇଁ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି।
ସୂଚନାଯୋଗ୍ୟ ଯେ ସିନ୍ଧୁ ଜଳବଣ୍ଟନ ଚୁକ୍ତି ୧୯୬୦ ମସିହାରେ ତତକାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତତକାଳୀନ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ସିନ୍ଧୁ ନଦୀ ବ୍ୟବସ୍ଥାର ୬ଟି ନଦୀ ମଧ୍ୟରୁ ପୂର୍ବାଞ୍ଚଳ ନଦୀ ରବି, ବ୍ୟାସ ଓ ସତଲେଜର ପାଣି ଅବାରିତଭାବେ ଭାରତ ପାଇଥାଏ ଓ ଅନ୍ୟ ୩ଟି ନଦୀ ଝେଲମ, ସିନ୍ଧୁ ଓ ଚେନାବର ଜଳ ଅବାରିତଭାବେ ପାକିସ୍ତାନ ପାଇଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/13/bCvSpQQb1s4QOqu256TG.jpg)