ନୂଆଦିଲ୍ଲୀ : ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଗତକାଲି ଅପରେସନ ମହାଦେବରେ ଆମ ସୁରକ୍ଷା ବାହିନୀ ଦ୍ୱାରା ପହଲଗାମର ଆକ୍ରମଣକାରୀଙ୍କୁ ନିପାତ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପୂର୍ବରୁ ଯେଉଁମାନେ ପ୍ରଶ୍ନ କରୁଥିଲେ ଯେ ପହଲଗାମ ଆତଙ୍କବାଦୀମାନଙ୍କୁ କେବେ ମରାଯିବ, ସେମାନେ ଏବେ କହୁଛନ୍ତି ଏବେ କାହିଁକି ମରାଗଲା ? ମୁଁ ବୁଝିପାରୁନାହିଁ ଯେ ଏହି ଲୋକଙ୍କ ସହିତ କ'ଣ ହୋଇଛି। ଏହି ଅପରେସନ ପାଇଁ ଶ୍ରାବଣ ମାସର କୌଣସି ସୋମବାରକୁ ବଛାଯାଇଥିଲା କି?

Advertisment

ସୂଚନାଯୋଗ୍ୟ ଯେ ଅପରେସନ ମହାଦେବ ମାଧ୍ୟମରେ ପହଲଗାମ ଆତଙ୍କବାଦୀଙ୍କୁ ମରାଯିବାର ସମୟକୁ ନେଇ ସପା ନେତା ଆବୁ ଆଜମୀଙ୍କ ସମେତ କେତେକ ବିରୋଧୀ ନେତା ପ୍ରଶ୍ନ ଉଠାଇଥିଲେ । 

ଅନ୍ୟପକ୍ଷରେ ଲୋକସଭାରେ କଂଗ୍ରେସକୁ ଟାର୍ଗେଟ କରି ମୋଦୀ କହିଥିଲେ ଯେ ଅପରେସନ ସିନ୍ଦୂରକୁ ୧୯୩ ଦେଶରୁ ସମର୍ଥନ ମିଳିଥିଲା କିନ୍ତୁ କଂଗ୍ରେସରୁ ମିଳିନଥିଲା। କେବଳ ୩ ଦେଶ ଏହି ଅପରେସନକୁ ବିରୋଧ କରିଥିଲେ। କଂଗ୍ରେସ ପକ୍ଷରୁ ଆମ ସେନାର ତଥ୍ୟକୁ ବିଶ୍ବାସ ନ କରି ପାକିସ୍ତାନ ଦ୍ବାରା ପ୍ରସାରିତ ମିଛକୁ ପ୍ରଚାର କରାଯାଇଥିଲା । କଂଗ୍ରେସ ସବୁବେଳେ ପ୍ରସଙ୍ଗ ପାଇଁ ପାକିସ୍ତାନ ଉପରେ ନିର୍ଭର କରୁଛି ।