ପୁଲଓ୍ବାମା ସଂପର୍କରେ ପାକ୍ ମନ୍ତ୍ରୀଙ୍କ ସ୍ବୀକାରୋକ୍ତି କିଛି ଲୋକଙ୍କ ମୁଖା ଖୋଲିଦେଇଛି : ମୋଦୀ

କେଓ୍ବଡ଼ିଆ :  ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ସମ୍ପର୍କରେ ପାକିସ୍ତାନର ଜଣେ ମନ୍ତ୍ରୀ ସ୍ବୀକାର କରିବା ପରେ ଭାରତର ବିରୋଧୀ ଦଳମାନଙ୍କୁ  ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାକିସ୍ତାନର ଏହି ସ୍ବୀକାରୋକ୍ତି ଆମ ଯବାନଙ୍କ ବଳୀଦାନ ଉପରେ ପ୍ରଶ୍ନ ଉଠାଉଥିବା ଲୋକମାନଙ୍କ ମୁଖା ଖୋଲିଦେଇଛି ବୋଲି ମୋଦୀ କହିଛନ୍ତି । .

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତି ଉପଲକ୍ଷେ ଗୁଜରାଟର କେଓ୍ବଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି ଠାରେ ଅନୁଷ୍ଠିତ ଏକ ସମାରୋହରେ ଉଦବୋଧନ ଦେଇ ମୋଦୀ କହିଥିଲେ ଯେ ପୁଲଓ୍ବାମା ଆକ୍ରମଣ ପରେ କେତେକ ବିରୋଧୀ ଦଳ ଦେଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ବୟାନ ଓ ଲଗାଇଥିବା ଆରୋପକୁ ଦେଶ କେବେମଧ୍ୟ ଭୁଲିବ ନାହିଁ । ଦେଶର ବୀର ଯବାନମାନଙ୍କ ସଂପର୍କରେ ଦିଆଯାଇଥିବା ଏପରି ବୟାନ ତାଙ୍କୁ ବିଶେଷ ଦୁଃଖ ଦେଇଥିଲା । ମୁଁ ଏପରି ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଦେଶର ହିତ ଓ ସୁରକ୍ଷାବାହିନୀର ମନୋବଳ ଦୃଢ ରଖିବାକୁ ଏପରି ବୟାନ ଦିଅନ୍ତୁ ନାହିଁ ।

ସୂଚନାଯୋଗ୍ୟ ଯେ ପୁଲଓ୍ବାମା ଆକ୍ରମଣ ପଛରେ ମୋଦୀଙ୍କ ହାତ ଥିବା ସେତେବେଳେ କଂଗ୍ରେସ ଆରୋପ ଲଗାଇଥିଲା । ନିକଟରେ ପାକ ମନ୍ତ୍ରୀଙ୍କ ସ୍ବୀକାରୋକ୍ତି ପରେ ଏ ପ୍ରସଙ୍ଗରେ କ୍ଷମା ମାଗିବାକୁ ବିଜେପି କଂଗ୍ରେସ ନିକଟରେ ଦାବି କରିଛି ।

ସମ୍ବନ୍ଧିତ ଖବର