ନୂଆଦିଲ୍ଳୀ : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ ଅଧିବେଶନ ଧୋଇଯିବାକୁ ବିରୋଧ କରି ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସମସ୍ତ ବିଜେପି ସାଂସଦ ଗୋଟିଏ ଦିନ ଅନଶନ କରିବେ। ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଅନୁରୂପ ଅନଶନରେ ବସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିତିଦିନିଆ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ନକରି କେବଳ ଉପବାସ ରହି ଏହି ଅନଶନ ପାଳିବେ ବୋଲି ଜଣାପଡ଼ିଛି। ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କର୍ଣ୍ଣାଟକର ହୁବଲୀରେ ଏହି ଅନଶନ ପାଳିବେ। ବଜେଟ ଅଧିବେଶନ ବରବାଦ ହୋଇଯିବାକୁ ବିରୋଧ କରି ସମସ୍ତ ବିଜେପି ସାଂସଦ ସେମାନଙ୍କର ଦରମା ଓ ଭତ୍ତା ନେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି।
୧୨ରେ ଅନଶନ କରିବେ ପ୍ରଧାନମନ୍ତ୍ରୀ ମୋଦି
/sambad/media/post_attachments/wp-content/uploads/2018/04/modi-pm6AFP2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)