ନୂଆଦିଲ୍ଲୀ: 'ରାଇଜିଂ ଇଣ୍ଡିଆ ସମ୍ମିଳନୀ ୨୦୨୫'ର ମଞ୍ଚରୁ ୱାକଫ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ୱାକଫ ଆଇନ ଏପରି ଥିଲା ଯେ ଏହାର ନୋଟିସ ପାଇବା ମାତ୍ରେ ଲୋକମାନେ ଭୟରେ କାଗଜପତ୍ର ଖୋଜିବା ଆରମ୍ଭ କରୁଥିଲେ।
ସେ କହିଛନ୍ତି ଯେ ୨୦୧୩ରେ ୱାକଫ୍ ଆଇନରେ ସଂଶୋଧନ ମୁସଲିମ ମୌଳବାଦୀ ଏବଂ ଜମି ମାଫିଆମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ୱାକଫ ଆଇନ ୱାକଫର ପବିତ୍ରତା ଏବଂ ମୁସଲିମ ସମ୍ପ୍ରଦାୟର ଗରିବ, ପଛୁଆ ଏବଂ ମହିଳାଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବ । ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଆମ ସରକାର ଏହି ବର୍ଷର ପ୍ରଥମ ୧୦୦ ଦିନରେ ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି, ଭାରତ ଏବେ ଅଟକିବ ନାହିଁ।
"୨୦୧୩ରେ ୱାକଫ୍ ଆଇନରେ ସଂଶୋଧନ ମୁସଲିମ ମୌଳବାଦୀ ଏବଂ ଜମି ମାଫିଆମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କରାଯାଇଥିଲା। ନୂତନ ୱାକଫ ଆଇନ ୱାକଫର ପବିତ୍ରତା ଏବଂ ମୁସଲିମ ସମ୍ପ୍ରଦାୟର ଗରିବ, ପଛୁଆ ଏବଂ ମହିଳାଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବ" ମୋଦୀ ।
ଓ୍ବାକଫ ସଂପର୍କରେ ସେ କହିଥିଲେ ଯେ, “୨୦୧୩ ମସିହାରେ ୱାକଫ୍ ଆଇନ ସଂଶୋଧନ ମୌଳବାଦୀ ଏବଂ ଜମି ମାଫିଆମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ପ୍ରୟାସ ଥିଲା। ଆଇନ ଏପରି ତିଆରି ହୋଇଥିଲା ଯେ ଲୋକମାନେ ନିଜ ଜମି ପାଇଁ ଭୟ କରିବାକୁ ଲାଗିଲେ। ଏହା କ’ଣ ନ୍ୟାୟ? ତୁଷ୍ଟୀକରଣ ରାଜନୀତି କଂଗ୍ରେସକୁ କ୍ଷମତା ଆଣିଲା ଏବଂ କିଛି ମୌଳବାଦୀ ନେତାଙ୍କୁ ଧନୀ କଲା। କିନ୍ତୁ ପ୍ରଶ୍ନ ହେଉଛି ସାଧାରଣ ମୁସଲମାନ କ'ଣ ପାଇଲେ? ଗରିବ ପାସମାନ୍ଦା ମୁସଲମାନ କଣ ପାଇଲା? ତାଙ୍କୁ ଯାହା ମିଳିଥିଲା ତାହା ହେଉଛି ଅବହେଳା, ନିରକ୍ଷରତା ଏବଂ ବେକାରୀ। ମୁସଲିମ ମହିଳାମାନେ ଶାହବାନୋଙ୍କ ପରି ଅନ୍ୟାୟର ସମ୍ମୁଖୀନ ହୋଇଥିଲେ। ସମଗ୍ର ସମାଜ ଏବଂ ମୁସଲିମ ସମ୍ପ୍ରଦାୟର ହିତ ପାଇଁ ଏକ ଐତିହାସିକ ଆଇନ ପାସ କରିବା ପାଇଁ ମୁଁ ଦେଶର ସଂସଦକୁ ଅଭିନନ୍ଦନ ଜଣାଉଛି। ଏବେ ୱାକଫର ପବିତ୍ର ଆତ୍ମା ସୁରକ୍ଷିତ ହେବ ଏବଂ ଗରିବ ଏବଂ ପାସମାନ୍ଦା ମୁସଲମାନ, ମହିଳା ଏବଂ ପିଲାମାନଙ୍କ ଅଧିକାର ମଧ୍ୟ ସୁରକ୍ଷିତ ହେବ। ଆଉ ଡରାଇବନି ଓ୍ବକଫ ନୋଟିସ୍ !”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)