ଜନତା ଜନାର୍ଦ୍ଦନଙ୍କୁ ପ୍ରଣାମ୍, ବିପୁଳ ବିଜୟ ପରେ କହିଲେ ମୋଦୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଭୋଟରମାନେ ବିଜେପି ଉପରେ ବିଶ୍ବାସ ଓ ଆଶୀର୍ବାଦ ଦେଇଛନ୍ତି । ଲୋକମାନଙ୍କ କଲ୍ୟାଣ ପାଇଁ ପରିଶ୍ରମ ଜାରି ରହିବ ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି, “ଜନତା ଜନାର୍ଦ୍ଦନଙ୍କୁ ପ୍ରଣାମ ! ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ ଭାରତବାସୀଙ୍କ କେବଳ ସୁଶାସନ ଓ ବିକାଶରାଜନୀତି ଉପରେ ବିଶ୍ୱାସ ରହିଛି। ସେମାନଙ୍କ ଭରସା ବିଜେପି ଉପରେ ରହିଛି ।  ମୁଁ ଏହି ସବୁ ରାଜ୍ୟର ପରିବାର, ବିଶେଷକରି ମାଆ, ଭଉଣୀ ଓ ଝିଅ ଏବଂ ଆମର ଯୁବ ଭୋଟରମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ଯେ ସେମାନେ ବିଜେପି ଉପରେ ସେମାନଙ୍କର ସ୍ନେହ, ବିଶ୍ୱାସ ଏବଂ ଆଶୀର୍ବାଦ ଦେଇଛନ୍ତି । ମୁଁ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଆପଣଙ୍କ କଲ୍ୟାଣ ପାଇଁ ଆମେ ଅକ୍ଳାନ୍ତ ପରିଶ୍ରମ ଜାରି ରଖିବୁ ।

ସେ ଆହୁରି ମଧ୍ୟ ଲେଖିଛନ୍ତି, “ଏହି ଅବସରରେ ଦଳର ସମସ୍ତ ପରିଶ୍ରମୀ କର୍ମୀଙ୍କୁ ବିଶେଷ ଧନ୍ୟବାଦ। ଆପଣମାନେ ସମସ୍ତେ ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଛନ୍ତି । ବିଜେପିର ବିକାଶ ଓ ଗରିବ କଲ୍ୟାଣ ନୀତିକୁ ଯେପରି ଲୋକମାନଙ୍କ ମଧ୍ୟରେ ପ୍ରସାରିତ କରୁଛନ୍ତି, ତାହାକୁ କମ୍ ପ୍ରଶଂସା କରାଯାଉଛି। ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଆଗକୁ ବଢ଼ୁଛୁ। ଆମକୁ ଅଟକିବାକୁ ପଡିବ ନାହିଁ, ଆମକୁ ଥକିବାକୁ ପଡିବ ନାହିଁ । ଆମକୁ ଭାରତକୁ ବିଜୟୀ କରିବାକୁ ପଡ଼ିବ। ଆଜି ଆମେ ଏ ଦିଗରେ ଏକ ଦୃଢ଼ ପଦକ୍ଷେପ ନେଇଛୁ।“

ସମ୍ବନ୍ଧିତ ଖବର