ଦୀର୍ଘ ୨୬ବର୍ଷ ଧରି ନିଜ ହାତରେ ପ୍ରସ୍ତୁତ କରୁଥିବା ରାକ୍ଷୀକୁ ମୋଦୀଙ୍କୁ ବାନ୍ଧି ଆସୁଛନ୍ତି ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ: ଦୀର୍ଘ ୨୬ବର୍ଷ ଧରି ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି। ଉକ୍ତ ମହିଳାଙ୍କ ନାମ ହେଉଛି କମର ଜହାଁ। ସେ ମୋଦୀଙ୍କ ବାନ୍ଧୁଥିବା ରାକ୍ଷୀକୁ କୌଣସି ଦୋକାନରୁ କିଣନ୍ତି ନାହିଁ ବରଂ ନିଜେ ପ୍ରସ୍ତୁତ କରିଥାଆନ୍ତି।

କମର ଜହାଁ କହନ୍ତି, ମୋ ସ୍ବାମୀ ମୋହସିନ ମୋଦୀ ଦୁହେଁ ଭଲ ସାଙ୍ଗ। ମୋଦୀଙ୍କ ସହିତ ମୋର ପ୍ରଥମ ଥର ଦିଲ୍ଲୀରେ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ସମୟରେ ମୋଦୀ ମୋତେ ଭଉଣୀ ବୋଲି ସମ୍ବୋଧନ କରିଥିଲେ। ମୋର ଭାଇ ନଥିବାରୁ ମୋଦୀଙ୍କ ମୁହଁରୁ ଭଉଣୀ ଡାକ ଶୁଣିବା ପରେ ମୋ ମନରେ ଖୁସିର ଲହରି ଖେଳି ଯାଇଥିଲା।

ସେହି ସମୟରେ ମୁଁ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି। ଭାଜପାର ଜେନେରାଲ ସେକ୍ରେଟାରି ଥିବା ସମୟରୁ ମୁଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛି। ଗତବର୍ଷ  କରୋନା ମହାମାରୀ ଥିବା ହେତୁ ରାକ୍ଷୀ ବାନ୍ଧି ପାରି ନଥିଲି। ‌ତେଣୁ ଡାକରେ ତାଙ୍କ ପାଖକୁ ରାକ୍ଷୀ ପଠାଇଥିଲି। ଏବର୍ଷ ନିଜେ ଯାଇ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବି ବୋଲି ମନସ୍ଥ କରିଛି। ତେବେ ମୋଦୀଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ମୁଁ କୌଣସି ଦୋକାନରୁ ରାକ୍ଷୀ କିଣେ ନାହିଁ। ନିଜ ହାତରେ ରାକ୍ଷୀ ତିିଆରି କରି ମୋଦୀଙ୍କୁ ବାନ୍ଧିଥାଏ।

ସମ୍ବନ୍ଧିତ ଖବର