କୋଭିଡ୍‌ ମୃତକଙ୍କୁ ମୋଦୀଙ୍କ କୋହଭରା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଦେଶର କୋଭିଡ୍‌ ମୃତକଙ୍କୁ ଶୁକ୍ରବାର ଦିନ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଖି ଛଳ ଛଳ ହୋଇଯିବା ସହ ତାଙ୍କର କୋହଭାରା କଣ୍ଠ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ନିଜ ସଂସଦୀୟ କ୍ଷେତ୍ର ବାରଣାସୀର ସ୍ବାସ୍ଥ୍ୟକର୍ମୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କଲା ବେଳେ ସେ ଡାକ୍ତର ଓ ସମ୍ମୁଖଭାଗ କୋଭିଡ୍‌ ଯୋଦ୍ଧାଙ୍କୁ ବଧେଇ ଜଣାଇଥିଲେ। ଏହି ଦ୍ବିତୀୟ ଲହର ସଂକ୍ରମଣ ବେଳେ ଆମକୁ ବହୁଦିଗରୁ ଲଢ଼େଇ କରିବାକୁ ପଡୁଛି ବୋଲି ସେ କହିଥିଲେ। ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିବା ସହ ଅଧିକରୁ ଅଧିକ ରୋଗୀ ଡାକ୍ତରଖାନାରେ ରହୁଥିବା ସେ କହିଥିଲେ। ଏହି ଅବସରରେ ସେ କିଛି ସମୟ ବାକ୍‌ରୁଦ୍ଧ ହୋଇ ପୁଣି କହିଥିଲେ ଯେ ଆମମାନଙ୍କଠାରୁ ଆମର ଅନେକ ପ୍ରିୟଜନଙ୍କୁ ଏହି ଭୂତାଣୁ ଛଡ଼େଇ ନେଇଛି। ସେହି ପରଲୋକଗତ ଆତ୍ମାମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରକୁ ମଧ୍ୟ ମୋଦୀ ସମବେଦନା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର