ଆବର୍ଜନା ହୋଟେଲକୁ ପ୍ରଶଂସା କଲେ ମୋଦୀ

ବାରଣାସୀ: ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ବାରଣାସୀର ବିଜେପି କର୍ମୀଙ୍କ ସହ ଆଲୋଚନା ସମୟରେ ମୋଦୀ କହିଛନ୍ତି ଯେ କିଛି ଦିନ ତଳେ ସେ ଟିଭିରେ ଆବର୍ଜନା ର୍ରେସ୍ତୁରା ବାବଦରେ ଦେଖିଲେ | ଯେଉଁମାନେ ବି ଏହାକୁ ଖୋଲିଛନ୍ତି ସେମାନେ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମୋଦୀ କହିଛନ୍ତି | ସେହିପରି ମୋଦୀ କହିଛନ୍ତି ଯେ ଆମେ ଏଥର ଆମ ପରିବାର ସହ ଦୀପାବଳି ପାଳନ କରିବା | ତେବେ ସେହିମାନଙ୍କୁ ଆମେ କୃତଜ୍ଞତା ଜଣାଇବା ଆବଶ୍ୟକ ଯେଉଁମାନେ ଆମ ପାଇଁ କାମ କରୁଛନ୍ତି | ଏହା ଆମର କର୍ତବ୍ୟ ହେବା ଉଚିତ |

ସୀମାରେ ଓ ଦେଶ ଭିତରେ ଆମକୁ ସୁରକ୍ଷା ଦେଉଥିବା ଯବାନଙ୍କୁ ଆମେ ଧନ୍ୟବାଦ ଜଣାଇବା ଉଚିତ ବୋଲି ମୋଦୀ କହିଛନ୍ତି | ସେମାନଙ୍କ ସାମ୍ନାରେ ସେ ନିଜେ ନତମସ୍ତକ ବୋଲି ମୋଦୀ କହିଥିଲେ | ତେବେ ମୋଦୀ ଆଜି କହିଥିବା ଆବର୍ଜନା ର୍ରେସ୍ତୁରାଟି ଛତିଶଗଡ଼ରେ ରହିଛି | ଛତିଶଗଡ଼ର ଅମ୍ବିକାପୁର ନଗର ନିଗମ ପକ୍ଷରୁ ଏହି କାଫେକୁ ପରିଚାଳନା କରାଯାଉଥିବାବେଳେ ପ୍ଲାଷ୍ଟିକ ଆବର୍ଜନା ବଦଳରେ ପେଟପୁରା ଖାଦ୍ୟ ଖାଇବାକୁ ଦିଆଯାଉଛି |

ବଡ କଥା ହେଉଛି ଯେ ଏହି କାଫେ ୨୪ ଘଣ୍ଟା ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଯେ କୌଣସି ବ୍ୟକ୍ତି ଯେତେବେଳେ ଚାହିଁବେ ଯାଇ ଖାଇପାରିବେ | ଏକ କିଲୋ ପ୍ଲାଷ୍ଟିକ ବଦଳରେ ପେଟପୁରା ଖାଦ୍ୟ ମିଳୁଥିବାବେଳେ ୫୦୦ କିଲୋଗ୍ରାମ ପ୍ଲାଷ୍ଟିକ ବଦଳରେ ଜଳଖିଆ ମାଗଣାରେ ମିଳିଥାଏ | ଏହି କାଫେରୁ ସଂଗ୍ରହ ହୋଇଥିବା ପ୍ଲାଷ୍ଟିକକୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ ବୋଲି ଯୋଜନା ରହିଛି |

ସମ୍ବନ୍ଧିତ ଖବର