ବିଲ୍ ଗେଟ୍ସ ତିଆରି କଲେ ରୁଟି, ମୋଦୀ କଲେ ପ୍ରସଂଶା  

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏକ ଭାରତୀୟ ରୁଟି ତିଆରି କରି ଭିଡିଓ ସେୟାର କରିବା ପରେ ତାହା ଇଣ୍ଟରନେଟରେ ଭାଇରାଲ ହୋଇଛି । ଗେଟ୍ସଙ୍କ ଏହି ଉଦ୍ୟମକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସଂଶା କରିବା ସହ ତାଙ୍କୁ ମିଲେଟ୍ (ମାଣ୍ଡିଆ ଜାତୀୟ ଶସ୍ୟ)ରେ ବି ରୋଟି ତିଆରି କରିବାକୁ ପରାମର୍ଶ ଦେଇଛନ୍ତି ।

ଗେଟ୍ସ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ରୁଟି ତିଆରି କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବର୍ତ୍ତମାନ ଭାରତରେ ଉତ୍କୃଷ୍ଟ, ମିଲେଟକୁ ବହୁତ ପସନ୍ଦ କରାଯାଉଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଣୁ ଏଥିରୁ ଖାଦ୍ୟ ସାମଗ୍ରୀ ତିଆରି କରିବା ବି ଶିଖନ୍ତୁ ।

 

ସେଲିବ୍ରିଟି ରୋଷେୟା ଇଟନ୍ ବର୍ନାଥ ଏହି ଭିଡିଓ ପୋଷ୍ଟ କରି ଟ୍ୱିଟ୍ କରିଛନ୍ତି, ବିଲ ଗେଟସ ଓ ମୁଁ ଏକାଠି ଭାରତୀୟ ରୁଟି ତିଆରି କରିବାରେ ବହୁତ ମଜା ନେଇଥିଲୁ । ନିକଟରେ ବିହାର ଗସ୍ତ ବେଳେ ଆମେ ଗହମ ଚାଷୀ ଏବଂ “ଦିଦି କି ରାସୋଇ” କ୍ୟାଣ୍ଟିନର ମହିଳାମାନଙ୍କୁ ମଧ୍ୟ ଭେଟିଥିଲୁ । “ଦିଦି କି ରାସୋଇ” କ୍ୟାଣ୍ଟିନର ମହିଳାମାନେ ଆମକୁ ରୁଟି ତିଆରି କରିବା ଶିଖାଇଥିଲେ ।

ସମ୍ବନ୍ଧିତ ଖବର