ଟିଭିରେ ଏହି ଖବର ଦେଖିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନକୁ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିବାର ଭାବନା ଆସିଥିଲା

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଘରକୁ ବାହୁଡ଼ିଥିବା ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନ କର୍ମ ଯୋଜନା ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ଏହି ୫୦ ହଜାର କୋଟି ଟଙ୍କାର ଯୋଜାନାର ଶୁଭାରମ୍ଭ କରିଛନ୍ତି। ତେବେ ଏହି ଅଭିଯାନ ଆରମ୍ଭ କରିବାର ଭାବନା ପ୍ରଧାନମନ୍ତ୍ରୀଙ୍କ ମନକୁ କେମିତି ଆସିଥିଲା, ତାହା ଏବେ ସାମ୍ନାକୁ ଆସିଛି | ଟିଭିରେ ଏକ ଖବର ଦେଖିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ମହାମାରୀ ସମୟରେ ଏହି ଅଭିଯାନ ଆରମ୍ଭ କରିବାକୁ ଚିନ୍ତା କରିଥିଲେ ବୋଲି ଜଣା ପଡିଛି |

ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଦକ୍ଷିଣ ଭାରତର ଶ୍ରମିକମାନଙ୍କୁ ଉନ୍ନାଓର ଏକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା, ଏହି ଶ୍ରମିକମାନେ ରଙ୍ଗମିସ୍ତ୍ରୀ ହୋଇଥିବାରୁ ରହୁଥିବା ସ୍କୁଲକୁ ରଙ୍ଗ କରି ସ୍କୁଲର ରୂପରେଖ ବଦଳାଇ ଦେଇଥିଲେ। ଯେତେବେଳେ ମୁଁ ଏହି ଖବର ଗଣମାଧ୍ୟମରେ ଦେଖିଲି, ସେତେବେଳେ ମୁଁ ଏକ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି।

Saved Indian economy that was heading towards disaster: PM ...
India Today

ଏହି ଅଭିଯାନ ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଅନ୍ତର୍ଗତ ୧୧୬ଟି ଜିଲ୍ଲା ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ ୧୧୬ଟି ଜିଲ୍ଲାରେ ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରାଯିବ। ୫୦ ହଜାର ‌କୋଟି ଟଙ୍କାରେ ୨୫ ପ୍ରକାର ଭିନ୍ନ ଭିନ୍ନ କାମ ଶ୍ରମିକମାନଙ୍କୁ ଯୋଗାଇ ଦିଆଯିବା ସହ ଦେଶର ଗ୍ରାମାଞ୍ଚଳର ଭିତ୍ତିଭୂମି ସୃଷ୍ଟି କରାଯିବ। ଏହି ଯୋଜନା ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତି ରାଜ, ସଡ଼କ ପରିବହନ ଏବଂ ରାଜପଥ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଏବଂ କୃଷି ଆଦି ୧୨ଟି ମନ୍ତ୍ରାଳୟ ଓ ବିଭାଗର ସମନ୍ବୟରେ ଚାଲିବ।

ସମ୍ବନ୍ଧିତ ଖବର