ନ୍ୟାୟପାଳିକାର ପ୍ରଶଂସା କଲେ ମୋଦୀ, ମହାମାରୀ ବେଳେ ସୁପ୍ରିମକୋର୍ଟ ସର୍ବାଧିକ ଅନ୍‌ଲାଇନ୍‌ ଶୁଣାଣି କରିଛନ୍ତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଦେଶର ନ୍ୟାୟପାଳିକାର ଭୂୟସୀ ପ୍ରଶଂସା କରିଛନ୍ତି। ଆମର ନ୍ୟାୟ ପ୍ରଣାଳୀ ସର୍ବଦା ଜାତୀୟ ସ୍ବାର୍ଥ ଓ ନାଗରିକମାନଙ୍କର ଅଧିକାରକୁ ସୁରକ୍ଷା ଦେଇ ଆସିଛି ବୋଲି ସେ କହିଛନ୍ତି। ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ପାଳନ ଅବସରରେ ସେ କହିଛନ୍ତି ଯେ ଆଇନ କାନୁନ୍‌ ହିଁ ଭାରତୀୟ ସଭ୍ୟତା ଓ ସାମାଜିକ ତନ୍ତ୍ରର ଅନ୍ୟତମ ଭିତ୍ତିଭୂମି ହୋଇ ରହିଆସିଛି।

ଆମ ସମ୍ବିଧାନର ଜୀବନ୍ତ ଶକ୍ତି ଭାବରେ ନ୍ୟାୟପାଳିକା ସୁଚାରୁରୂପେ ନିଜର ଦାୟିତ୍ବ ନିର୍ବାହ କରିବା ସହ ସମ୍ବିଧାନକୁ ଗଠନମୂଳକ ଓ ସକାରାତ୍ମକ ଭାବେ ବ୍ୟାଖ୍ୟାନ କରି ତାହାକୁ ସୁଦୃଢ଼ ମଧ୍ୟ କରିପାରିଛି। ସେହିପରି ମହାମାରୀ କୋଭିଡ୍‌-୧୯ ଭିତରେ ଆମ ସୁପ୍ରିମ୍‌କୋର୍ଟ ହିଁ ଅନ୍‌ଲାଇନ୍‌(ଭିଡିଓ କନ୍‌ଫରେନ୍ସିଂ) ମାଧ୍ୟମରେ ବିଶ୍ବରେ ସର୍ବାଧିକ ମାମଲାର ଶୁଣାଣି କରିବାର ଗୌରବ ହାସଲ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ଗୁଜରାଟ ହାଇକୋର୍ଟର ୬୦ ବର୍ଷ ପୂର୍ତ୍ତିର ସ୍ମାରକୀ ସ୍ବରୂପ ଏକ ଡାକ ଟିକଟ୍‌ ପ୍ରଚଳନ କରିଥିଲେ।

ସମ୍ବନ୍ଧିତ ଖବର