ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାରେ ଚାଲିଥିବା ଶାନ୍ତି ପ୍ରୟାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ଗାଜାରେ ଶାନ୍ତି ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି। ଆମେ ବନ୍ଧକଙ୍କ ମୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ।
ଗାଜାରେ ଶାନ୍ତି ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଗାଜାରେ ଶାନ୍ତି ପ୍ରୟାସରେ ନିର୍ଣ୍ଣାୟକ ପ୍ରଗତି ଆଣିବାରେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ନେତୃତ୍ୱକୁ ଆମେ ସ୍ୱାଗତ କରୁଛୁ। ବନ୍ଧକଙ୍କ ମୁକ୍ତିର ସଙ୍କେତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତ ଏକ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ଦୃଢ଼ ସମର୍ଥନ ଜାରି ରଖିବ।
"India will continue to strongly support all efforts towards durable, just peace": PM Modi welcomes indications of Hostages' release
— ANI Digital (@ani_digital) October 4, 2025
Read @ANI Story | https://t.co/qNVE3orMbv#PMModi#Gaza#Israelpic.twitter.com/iH3TKaAYlA
ଗାଜାରେ ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ପ୍ରୟାସ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ଆସିଛି। ଭାରତ ଆରମ୍ଭରୁ କହିଆସୁଛି ଯେ, ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ସମାଧାନ କେବଳ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ହୋଇପାରିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି, ଯଦି ହମାସ୍ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଗାଜା ଷ୍ଟ୍ରିପ୍ ପାଇଁ ପ୍ରସ୍ତାବିତ ଶାନ୍ତି ଚୁକ୍ତିରେ ରାଜି ନହୁଏ, ତେବେ ଏହି ଉଗ୍ରବାଦୀ ଗୋଷ୍ଠୀ ଅଧିକ ଆକ୍ରମଣର ସମ୍ମୁଖୀନ ହେବ। ଟ୍ରମ୍ପ୍ କହିଛନ୍ତି, ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ହମାସ୍ ସହିତ ଏକ ଚୁକ୍ତି ହେବା ଆବଶ୍ୟକ। ସେ କହିଛନ୍ତି, ପ୍ରତ୍ୟେକ ଦେଶ ସ୍ୱାକ୍ଷର କରିଛନ୍ତି। ଯଦି ଏହି ସମୟରେ ଚୁକ୍ତି ବିଫଳ ହୁଏ, ତେବେ ଏବେ ହମାସ୍ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହେବ ତାହା ପୂର୍ବରୁ କେବେ ମଧ୍ୟ ଦେଖି ନଥିବ।
"Look forward to having hostages come home": Trump thanks world leaders for their support in bringing end to Gaza conflict
— ANI Digital (@ani_digital) October 4, 2025
Read @ANI Story https://t.co/HW9OapHofy#Trump#Gaza#Hamas#Israelpic.twitter.com/xaniiQJ0cP
ଏହା ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଟ୍ରମ୍ପ୍ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, "ଆମେ ଗାଜାରେ ସଂଘର୍ଷ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରୟାସକୁ ସ୍ୱାଗତ କରୁଛୁ। ଟ୍ରମ୍ପଙ୍କ ଏହି ପ୍ରୟାସ ପାଲେଷ୍ଟାଇନ ଏବଂ ଇସ୍ରାଏଲୀ ଲୋକଙ୍କ ପାଇଁ ଏବଂ ପଶ୍ଚିମ ଏସୀୟ କ୍ଷେତ୍ର ପାଇଁ ଦୀର୍ଘସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶର ପଥ ପ୍ରଦାନ କରେ। ଆମେ ଆଶା କରୁଛୁ ଯେ ସମସ୍ତ ସମ୍ପୃକ୍ତ ପକ୍ଷ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ପଦକ୍ଷେପ ପଛରେ ଏକଜୁଟ ହେବେ ଏବଂ ସଂଘର୍ଷ ସମାପ୍ତ କରିବା ଏବଂ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଏହି ପ୍ରୟାସକୁ ସମର୍ଥନ କରିବେ।
President Donald J. Trump shares a powerful message in response to Hamas' statement regarding his peace plan:
— The White House (@WhiteHouse) October 3, 2025
"Very importantly, I look forward to having the hostages come home." pic.twitter.com/RZArVNcXc9