ନୂଆଦିଲ୍ଲୀ : ୨୦୧୯ର ଲୋକସଭା ନିର୍ବାଚନକୁ ନେଇ ବିପକ୍ଷ ଦଳମାନଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । ଏ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବିପକ୍ଷ ଦଳର ଆରୋପ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ୨୦୧୪ରେ ବିଜେପି କରିଥିବା ପ୍ରତିଶ୍ରୁତି ପୂରଣ କରି ନାହିଁ ବୋଲି ବିପକ୍ଷ ଦଳ ଆରୋପ ଲଗାଇ ଆସୁଥିବା ବେଳେ ଏହା ଉପରେ ନିଜର ବୟାନ ରଖିଛନ୍ତି ରାଜନାଥ ସିଂହ ।
/sambad/media/post_attachments/wp-content/uploads/2019/04/Rajnath-Singh_d-300x197.jpg)
ମଙ୍ଗଳବାର ଏକ ସାକ୍ଷାତକାରରେ ସେ କହିଛନ୍ତି, ୨୦୧୪ର ନିର୍ବାଚନୀ ପ୍ରଚାର ସମୟରେ ବିଜେପି କେବେ ବି ଲୋକମାନଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇ ନ ଥିଲା ବୋଲି କହିଛନ୍ତି ରାଜନାଥ ସିଂହ । ଆମେ କେବଳ କଳାଧନକୁ ନେଇ ତଦନ୍ତ କରିବା ସହ କଳା ଧନ ରଖିଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲୁ । କେବେ ହେଲେ ଲୋକମାନଙ୍କୁ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦେଇ ନଥିଲୁ । ଆମେ କରିଥିବା ପ୍ରତିଶ୍ରୁତି ପୂରଣ କରିଛୁ । ଆମ ସରକାର କଳା ଧନକୁ ନେଇ ଏସ୍ଆଇଟି ତିଆରି କରିଥିଲା ଏବଂ ଏବେ କଳା ଧନ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି।