ଓ୍ଵାସିଂଟନ୍: ଭାରତରେ ୨, ୪୬୪ ଜଣ ଉତ୍ତରଦାତା ସମ୍ବଳିତ ନିଜର ସଦ୍ୟତମ ସର୍ଭେରୁ ପ୍ରାପ୍ତ ପ୍ରମୁଖ ଫଳାଫଳ ଘୋଷଣା କରି ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଃସନ୍ଦେହ ସବୁଠୁ ଜନପ୍ରିୟ ବ୍ୟକ୍ତିତ୍ୱ ବୋଲି ଆଜି ‘ପିଉ’ ରିସର୍ଚ ସେଣ୍ଟର୍ କହିଛି।
ମୋଦି ୮୮% ପାଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ (୫୮%)ଙ୍କ ଠାରୁ ୩୦ ପଏଣ୍ଟ୍, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (୫୭%)ଙ୍କ ଠାରୁ ୩୧ ପଏଣ୍ଟ୍ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ (୩୯%)ଙ୍କ ଠାରୁ ୪୯ ପଏଣ୍ଟ୍ ଆଗରେ ଅଛନ୍ତି ବୋଲି ଚଳିତ ବର୍ଷ ଫେବ୍ରୁଆରି ୨୧ରୁ ମାର୍ଚ ୧୦ ତାରିଖ ମଧ୍ୟରେ କରାଯାଇଥିବା ସର୍ଭେରୁ ଜଣା ପଡ଼ିଛି।
/sambad/media/post_attachments/wp-content/uploads/2017/11/modi2-300x200.jpg)
‘ପିଉ’ କହିଛି ଯେ ମୋଦିଙ୍କ ପ୍ରତି ଜନସାଧାରଣଙ୍କର ସକାରାତ୍ମକ ମୂଲ୍ୟାୟାନ ଭାରତୀୟ ଅର୍ଥନୀତିରେ ବଢ଼ି ଚାଲିଥିବା ସନ୍ତୋଷ ଉପରେ ପର୍ଯ୍ୟବେଶିତ: ଦଶ ଜଣଙ୍କ ମଧ୍ୟରୁ ଆଠ ଜଣରୁ ଉର୍ଦ୍ଧ୍ୱ କହନ୍ତି ଅର୍ଥନୈତିକ ଅବସ୍ଥା ଉତ୍ତମ। ୨୦୧୪ ନିର୍ବାଚନର ଠିକ୍ ପୂର୍ବରୁ ତାଙ୍କର ଜନପ୍ରିୟତା ୧୯% ପଏଣ୍ଟ୍ ବଢ଼ିଥିଲା।
ଅର୍ଥନୀତି ଅତି ଉତ୍ତମ ବୋଲି କହୁଥିବା ୩୦% ପ୍ରାପ୍ତବୟସ୍କଙ୍କ ଭାଗ ଗତ ତିନି ବର୍ଷ ମଧ୍ୟରେ ତିନି ଗୁଣ ହୋଇ ଯାଇଛି।
ଏବେ ଦେଶରେ ଚାଲିଥିବା କାର୍ଯ୍ୟକଳାପରେ ହାରାହାରି ଦଶ ଜଣଙ୍କ ମଧ୍ୟରୁ ସାତ ଜଣ ସନ୍ତୁଷ୍ଟ। ‘ପିଉ’ କହିଛି ଯେ ୨୦୧୪ ଠାରୁ ଭାରତର ଏପରି ସକାରାତ୍କମ ଗତି ପ୍ରାୟ ଦୁଇ ଗୁଣ ହୋଇ ଯାଇଛି।
ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ତେଲେଙ୍ଗାନା ଆଦି ଦକ୍ଷିଣୀ ରାଜ୍ୟ ଏବଂ ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଗଡ଼ ଭଳି ପଶ୍ଚିମୀ ରାଜ୍ୟର ରେ ଅନ୍ୟୂନ ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ନଅ ଜଣ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଅନୁକୂଳ ମତ ପୋଷଣ କରନ୍ତି।
/sambad/media/post_attachments/wp-content/uploads/2017/11/modi-3-300x158.jpg)
ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ପୂର୍ବାଞ୍ଚଳ ରାଜ୍ୟ ଏବଂ ଦିଲ୍ଲୀ, ହରିୟାନା, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଭଳି ଉତ୍ତରାଞ୍ଚଳ ରାଜ୍ୟରେ ଦଶ ଜଣ ଭାରତୀୟଙ୍କ ମଧ୍ୟରୁ ଆଠରୁ ଊର୍ଦ୍ଧ୍ୱଙ୍କ କ୍ଷେତ୍ରରେ ମଧ୍ୟ ସେହି ଏକା କଥା ସତ୍ୟ।
୨୦୧୫ ଠାରୁ ଉତ୍ତରରେ ମୋଦିଙ୍କ ଜନପ୍ରିୟତା ଅପରିବର୍ତ୍ତିତ ରହିଛି, ପଶ୍ଚିମ ଏବଂ ଦକ୍ଷିଣରେ ବୃଦ୍ଧି ପାଇଛି, ଓ ପୂର୍ବାଞ୍ଚଳରେ କିଞ୍ଚିତ୍ ହ୍ରାସ ପାଇଛି ବୋଲି ‘ପିଉ’ କହୁଛି।
ଉଲ୍ଲେଖଯୋଗ୍ୟ, ୨୦୧୫ ଅପେକ୍ଷା ୨୦୧୭ରେ ଭାରତୀୟଙ୍କ ମଧ୍ୟରେ ଆମେରିକା ପ୍ରତି ଅନୁକୂଳାତ୍ମକ ମତପୋଷଣ ୭୦%ରୁ ୪୯% ହୋଇ ୨୧ ପଏଣ୍ଟ୍ ହ୍ରାସ ପାଇଛି ବୋଲି ସର୍ଭେ ପ୍ରତିଫଳତିତ କରୁଛି।
/sambad/media/post_attachments/wp-content/uploads/2017/11/modi4-300x200.jpg)
ବିଶ୍ୱ ବ୍ୟାପାର ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଉଚିତ ନିଷ୍ପତ୍ତି ନେଉଛନ୍ତି ବୋଲି ତାଙ୍କ ପ୍ରତି କେବଳ ୪୦% ସେମାନଙ୍କର ବିଶ୍ୱାସ ପ୍ରକଟ କରିଛନ୍ତି। ୨୦୧୫ରେ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମାଙ୍କ ପ୍ରତି ଥିବା ସେମାନଙ୍କ ବିଶ୍ୱାସ ଠାରୁ ଏହା ୨୪ ପଏଣ୍ଟ୍ କମ୍।
ଚୀନ୍ କ୍ଷେତ୍ରରେ ମଧ୍ୟ ଏକା ପରିଣାମ। ଚୀନ୍ ପ୍ରତି ଭାରତୀୟମାନଙ୍କର ଥିବା ଅନୁକୂଳାତ୍ମକ ମତପୋଷଣ ୨୦୧୫ରେ ୪୧% ଥିବାବେଳେ ୨୦୧୭ରେ ରହିଛି ୨୬%। ଡୋକ୍ଲାମ ସଙ୍କଟ ପୂର୍ବରୁ ଏହି ସର୍ଭେ କରାଯାଇଥିଲା।
ପିଉ ସର୍ଭେନୁସାରେ, ସାମୟିକ ଧର୍ମଜନିତ ହିଂସାକାଣ୍ଡ ସତ୍ତ୍ୱେ ଆପେକ୍ଷିକ ଭାବେ କୌଣସି ଭାରତୀୟ ସାମ୍ପ୍ରଦାୟିକ ସମ୍ପର୍କକୁ ଏକ ବଡ଼ ସମସ୍ୟା ବୋଲି ଭାବନ୍ତି ନାହିଁ।
ସେମିତି ଗତ ବର୍ଷ ନଭେମ୍ବର ମାସରେ ମୋଦିଙ୍କର ବିମୁଦ୍ରାୟନ ନିଷ୍ପତ୍ତିକୁ ଅର୍ଦ୍ଧାଧିକ ଲୋକେ ସମସ୍ୟା ବୋଲି ବିବେଚନା କଲେ ନାହିଁ।