ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଫଳାଫଳ ଆସିବା ସହ ଟ୍ବିଟର ଆକାଉଣ୍ଟ୍ରେ ତାଙ୍କ ନାମ ପୂର୍ବରୁ ‘ଚୌକିଦାର’ ଶବ୍ଦ ହଟାଇ ଦେଇଛନ୍ତି। ମୋଦୀ ତାଙ୍କ ନାଁ ଆଗରୁ ଚୌକିଦାର ହଟାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ସମାନ ପ୍ରକ୍ରିୟା ଅବଲମ୍ବନ କରିବାପାଇଁ କହିଛନ୍ତି। ମୋଦୀ କହିଛନ୍ତି ଚୌକିଦାର ଶବ୍ଦ ତାଙ୍କ ନାଁରୁ ହଟିଯାଇଛି କିନ୍ତୁ ଏହା ତାଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ରହିବ। ଏହି ଚୌକିଦାର ଭାବନାକୁ ଏକ ନୂଆ ପର୍ଯ୍ୟାୟକୁ ନେବାର ସମୟ ଆସିଯାଇଛି ଏବଂ ଏହି ଭାବନାକୁ ପ୍ରତି ମୂହୁର୍ତ୍ତରେ ଉଜ୍ଜିବୀତ ରଖି ଭାରତର ବିକାଶ ଦିଗରେ କାମ କରିବାକୁ ପଡ଼ିବ ବୋଲି ମୋଦୀ ଆଜି ଏକ ଟ୍ବିଟ୍ ମାଧ୍ୟମରେ କହିଛନ୍ତି। ଭାରତର ଜନସାଧାରଣ ଚୌକିଦାର ହୋଇ ଦେଶର ସୁରକ୍ଷା ଦିଗରେ ସେବା ଯୋଗାଇ ଦେଇଛନ୍ତି। ଭାରତକୁ ଜାତିବାଦ, ସାମ୍ପ୍ରଦାୟିକତାବାଦ, ଦୁର୍ନୀତି କବଳରୁ ସୁରକ୍ଷା ଦେବାପାଇଁ ଚୌକିଦାର ଏକ ଶକ୍ତିଶାଳୀ ପ୍ରତୀକ ହୋଇଛି ବୋଲି ମୋଦୀ କହିଛନ୍ତି। ଉଳ୍ଲେଖଯୋଗ୍ୟ ଚଳିତ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ପ୍ରଚାରରେ ‘ଚୌକିଦାର ଚୋର ହୈ ’ ପ୍ରମୁଖ ସ୍ଲୋଗାନ୍ ହୋଇଥିବାବେଳେ ମୋଦୀଙ୍କ ଦ୍ବାରା ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ନାଁ ପୂର୍ବରୁ ‘ଚୌକିଦାର’ ହଟାଇଲେ ମୋଦୀ
/sambad/media/post_attachments/wp-content/uploads/2019/05/modi-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)