ଏହି ଚିଠିକୁ ଦେଶବାସୀ ପଢନ୍ତୁ ବୋଲି କାହିଁକି ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶଙ୍କ ତରଫରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଲେଖାଯାଇଥିବା ଚିଠିକୁ ଦେଶବାସୀ ପଢନ୍ତୁ ବୋଲି ଅନୁରୋଧ କରିଛନ୍ତି | ମୋଦୀ ନିଜ ଟ୍ୱିଟରରେ ଏହି ଚିଠିକୁ ପୋଷ୍ଟ କରି ଲେଖିଛନ୍ତି ଯେ ଚିଠିର ପ୍ରତିଟି ଶବ୍ଦରେ ସତ୍ୟତା ଓ ସମବେଦନା ରହିଛି, ତେଣୁ ଦେଶବାସୀ ଏହାକୁ ପଢିବା ଆବଶ୍ୟକ | ସୂଚନା ଥାଉ କି ଗତ ରବିବାର ଦିନ କୃଷକ ବିଲ୍‌କୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହ ମଧ୍ୟଭାଗ‌ରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ଭାଙ୍ଗିଥିଲେ । ‌

କେବଳ ଏତିକି ନୁହେଁ, କେତେକ ସଭ୍ୟ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ମଧ୍ୟ ଭିଡ଼ି ଆଣି ଚିରି ପକାଇଥିଲେ । ତେବେ ପ୍ରବଳ ହଙ୍ଗାମା କରିଥିବା ସାଂସଦମାନଙ୍କ ବିରୋଧରେ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହଙ୍ଗାମା କରିଥିବା କଂଗ୍ରେସର ୩ ଜଣ, ତୃଣମୂଳ କଂଗ୍ରେସର ୨ ଜଣ , ସିପିଆଇଏମ୍‌ର ୨ ଜଣ ଏବଂ ଆମ୍‌ ଆଦ୍‌ମୀ ପାର୍ଟିର ଜଣେ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା, ଯାହାକୁ ନେଇ ରାଷ୍ଟ୍ରପତିଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ଚିଠି ଲେଖିଛନ୍ତି |


ଏଥିରେ ସେ ହଙ୍ଗାମା କରିଥିବା ସାଂସଦମାନଙ୍କ ଆପତ୍ତିଜନକ ଆଚରଣକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଏହି ଚିଠିରେ ସେ ଲେଖିଛନ୍ତି ଯେ ‘ସେପ୍ଟେମ୍ବର ୨୦ ରେ ରାଜ୍ୟସଭାରେ ଯାହା ଘଟିଥିଲା, ମୁଁ ଗତ ଦୁଇ ଦିନ ଧରି ଗଭୀର ଦୁଃଖିତ ଓ ମାନସିକ ଯନ୍ତ୍ରଣା ଅନୁଭବ କରୁଛି | ରାତିସାରା ଶୋଇ ନଥିବାବେଳେ ଏହି ଦୃଶ୍ୟ ଗୃହ ଏବଂ ଆସନର ସମ୍ମାନର କ୍ଷତି ଘଟାଇଛି।

ସମ୍ବନ୍ଧିତ ଖବର