ନୂଆଦିଲ୍ଲୀ: ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ଜୋରସୋରରେ ପ୍ରଚାର କାମ ଆରମ୍ଭ କରିଛନ୍ତି। ବିଜେପିର ଷ୍ଟାର ପ୍ରଚାରକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଚାର ଅଭିଯାନରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ରବିବାର ତେଲେଙ୍ଗାନାର ନିର୍ମଲଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ରାଲି ହୋଇଥିଲା। ଏହି ସମୟରେ କିଛି ଲୋକ ବାଉଁଶ ଖମ୍ବ ଉପରକୁ ଚଢ଼ିଯାଇଥିଲେ। ଏହା ଦେଖି ପ୍ରଧାନମନ୍ତ୍ରୀ ତୁରନ୍ତ ସେମାନଙ୍କୁ ଓହ୍ଲାଇବାକୁ ନିବେଦନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ବନ୍ଧୁଗଣ ତଳକୁ ଓହ୍ଲାଇ ଆସ। ଯଦି ତୁମେ ତଳକୁ ଖସିଯିବ ତେବେ ମୁଁ ବହୁତ ଦୁଃଖିତ ହେବି। ମୁଁ ଜାଣିପାରୁଛି ଏତେ ଭିଡ଼ ମଧ୍ୟ ମୋତେ ଆପଣମାନେ ଦେଖିପାରୁନଥିଲେ। ହେଲେ ଏଭଳି ଉପରେ ଚଢ଼ି ମୋତେ ଦେଖିବା ସୁରକ୍ଷିତ ନୁହେଁ। ମୁଁ ସମସ୍ତଙ୍କୁ ତଳକୁ ଆସିବା ପାଇଁ ଅନୁରୋଧ କରୁଛି।
#WATCH | Prime Minister Narendra Modi requests people who climbed the towers to come down during his speech at a public rally in Nirmal, Telangana. pic.twitter.com/GOeDFTo6sp
— ANI (@ANI) November 26, 2023
ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀ ନିଜର ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନସଭା ସମୟରେ ଲାଇଟ୍ ଖୁଣ୍ଟରେ ଚଢ଼ିଯାଇଥିଲେ। ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ତାଙ୍କୁ ତଳକୁ ଆଣିଥିଲେ ଉଦ୍ଧାରକାରୀ ଟିମ୍।