ଆମେରିକା ଗସ୍ତ ସାରି ଭାରତ ଫେରିଲେ ମୋଦୀ

ନୂଆଦିଲ୍ଲୀ : ପ୍ରାୟ ଏକ ସପ୍ତାହର ଆମେରିକା ଗସ୍ତ ସାରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ବିମାନବନ୍ଦର ବାହାରେ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି । ପାଲାମ ଟେକନିକାଲ ଏରିଆରେ ବିଜେପି କର୍ମୀମାନେ ଏକ ସ୍ବତନ୍ତ୍ର ସମାରୋହ କରି ତାଙ୍କୁ ସ୍ବାଗତ  କରିଛନ୍ତି । ଏଥିଲାଗି ଦିଲ୍ଲୀପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ନିଜର ଆମେରିକା ଗସ୍ତକାଳରେ ମୋଦୀ ଐତିହାସିକ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇଥିଲେ । ଏହା ସହିତ ସେ ହଷ୍ଟନଠାରେ ବହୁଚର୍ଚ୍ଚିତ  ହାଉଡି ମୋଦୀ ସମୋରାହରେ ଯୋଗଦେଇଥିଲେ । ସେ ମଧ୍ୟ ଅନେକ ଶିଳ୍ପପତିଙ୍କୁ ଭାରତରେ ନିବେଶ କରିବାକୁ ସ୍ବାଗତ କରିଥିଲେ ।

ସମ୍ବନ୍ଧିତ ଖବର