ଅଯୋଧ୍ୟାର ଭିଜନ୍‌ ଡକୁମେଣ୍ଟ୍‌ ସମୀକ୍ଷା କଲେ ‌ମୋଦୀ

ନୂଆଦିଲ୍ଲୀ/ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମନ୍ଦିର ନଗରୀ ଅଯୋ‌ଧ୍ୟାର ଭିଜନ୍‌ ଡକୁମେଣ୍ଟ୍‌ ସମୀକ୍ଷା କରିଛନ୍ତି। ମୋଦୀ ଏବଂ ଯୋଗୀଙ୍କ ମଧ୍ୟରେ ଏହା ଚଳିତ ମାସ‌‌ରେ ଦ୍ବିତୀୟ ବୈଠକ। ବୈଠକ ସମୟରେ ଯୋଗୀ ଅଯୋଧ୍ୟାର ବିକାଶ ସଂକ୍ରାନ୍ତ ଏକ ମାଷ୍ଟର ପ୍ଲାନ୍‌ ଉପସ୍ଥାପନ କରିଥିଲେ। ଉନ୍ନତ ରାସ୍ତା, ଭିତ୍ତିଭୂମି, ରେଳ ଷ୍ଟେସନ୍‌ ଏବଂ ବିମାନବନ୍ଦର ସମେତ ଅଯୋଧ୍ୟାର ବିକାଶ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଯୋଜନା ଆଜି ଯୋଗୀ ଉପସ୍ଥାପନ କରିଥିଲେ। ବୈଠକରେ ମୋଦୀ କହିଛନ୍ତି, ଅଯୋଧ୍ୟା ହେଉଛି ଉଭୟ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ର। ଅଯୋଧ୍ୟାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସ୍ଥାନୀୟ ପରମ୍ପରା ପ୍ରତିଫଳିତ ହେବା ଉଚିତ। ଏହା ସମସ୍ତଙ୍କ ପାଇଁ ଉପକାରୀ ହୋଇପାରିବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର