ଜୟପୁର : ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସୀ ଆଜିଠାରୁ ୨ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ରାଜସ୍ଥାନରେ ଅୱେସୀ ଜ୍ଞାନବାପି ମସଜିଦ ମାମଲାରେ ବାରଣାସୀ କୋର୍ଟଙ୍କ ରାୟକୁ ଏକ ଝଟ୍କା ବୋଲି କହିଛନ୍ତି ଏବଂ ଏହା ପୂଜା ଆଇନ ୧୯୯୧ ବିରୋଧରେ ଯାଇଛି ବୋଲି କହିଛନ୍ତି। ତେବେ ଭାରତକୁ ନାମିବ୍ୟାରୁ ୮ଟି ଚିତା ଅଣାଯିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ଅୱେସୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ଅୱେସୀ କହିଛନ୍ତି, ଯେତେବେଳେ ଦରବୃଦ୍ଧି ଏବଂ ବେରୋଜଗାର ଭଳି ଜଟିଳ ପ୍ରସଙ୍ଗ ଉଠୁଛି ମୋଦୀ ଏସବୁରୁ ଦୂରେଇ ରହିବାପାଇଁ ଚିତାଠାରୁ ଅଧିକ ବେଗରେ ଧାଉଁଛନ୍ତି।
ମୋଦୀ ଚିତାଠାରୁ ଅଧିକ କ୍ଷୀପ୍ର ଗତିରେ ଧାଉଁଛନ୍ତି : ଅୱେସୀ
/sambad/media/post_attachments/wp-content/uploads/2021/11/Owaisi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)