ନୂଆଦିଲ୍ଲୀ: ଆଉ ଦିନକ ପରେ ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଯାଉଛି | ଆଉ ଏହାକୁ ନେଇ ଏବେ ପ୍ରଚାର ଅଭିଯାନ ଜୋର ଧରିଛି | ତେବେ ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ପ୍ରଚାର କରୁଛନ୍ତି। ଆଜି ହରିୟାଣାର ଅମ୍ବାଲା ଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (AAP) କୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, "କଂଗ୍ରେସ କେବଳ ଭୋଟକୁ ନେଇ ଚିନ୍ତିତ। ଦିଲ୍ଲୀ ଏବଂ ହରିୟାଣାରେ ସେମାନେ ନିଜ ହାତରେ ଝାଡୁ ଧରି ବୁଲୁଛନ୍ତି କିନ୍ତୁ ପଞ୍ଜାବରେ ସେମାନେ(କଂଗ୍ରେସ) କହୁଛନ୍ତି ଯେ, ଝାଡୁଵାଲା ଜଣେ ଚୋର। ସେମାନେ ହରିୟାଣାର ଲୋକମାନଙ୍କୁ ବୋକା ବୋଲି ଭାବୁଛନ୍ତି କି? ଇଣ୍ଡିଆ ମେଣ୍ଟ ସବୁ ଦିଗରେ ବିଫଳ ହୋଇଛି।

Advertisment

ଆଜି ମୁଁ ଆଗାମୀ ୫ ବର୍ଷ ପାଇଁ ଆପଣଙ୍କ ଆଶୀର୍ବାଦ ପାଇବାକୁ ଆସିଛି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୋଦିଙ୍କ ଶକ୍ତିଶାଳୀ ସରକାର ଧାରା ୩୭୦ର କାନ୍ଥକୁ ଭାଙ୍ଗିଦେଇଛନ୍ତି ଏବଂ ଜମ୍ମୁ-କଶ୍ମୀର ବିକାଶ ପଥରେ ଆଗେଇ ଆସିଛି। କୃଷକଙ୍କ କଲ୍ୟାଣ ମୋଦୀଙ୍କର ପ୍ରାଥମିକତା। କଂଗ୍ରେସ ଯୁଗରେ ୨୦୧୪ ପୂର୍ବରୁ ପ୍ରଥମ ୧୦ ବର୍ଷରେ , ଏମଏସପିରେ କୃଷକମାନଙ୍କ ଠାରୁ କେବଳ ୭.୫ ଲକ୍ଷ କୋଟି ଟଙ୍କାର ଧାନ କ୍ରୟ କରାଯାଇଥିଲା, ଗତ ୧୦ ବର୍ଷ ମଧ୍ୟରେ ଆମେ ଏମଏସପିରେ ଚାଷୀଙ୍କ ଠାରୁ ୨୦ ଲକ୍ଷ କୋଟି ଟଙ୍କା ଧାନ କ୍ରୟ କରିଥିଲୁ।