ରାମଭକ୍ତି ହେଉ କି ରହିମଭକ୍ତି ଏବେ ଭାରତଭକ୍ତିକୁ ସଶକ୍ତ କରିବା: ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦୀ ଏହାକୁ ନେଇ ବୟାନ ରଖିଛନ୍ତି | ମୋଦୀ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କାହାର ଜିତ ବା ହାର ଭାବେ ଦେଖିବା ଉଚିତ ନୁହେଁ | ରାମଭକ୍ତି ହେଉ କି ରହିମ ଭକ୍ତି ଆମ ସମସ୍ତଙ୍କୁ ଭାରତଭକ୍ତି ଭାବନାକୁ ସଶକ୍ତ କରିବା ଆବଶ୍ୟକ |


ଦେଶବାସୀଙ୍କୁ ମୋର ଅପିଲ ଯେ ଶାନ୍ତି, ସଦଭାବ ଓ ଏକତା ରଖନ୍ତୁ | ସୁପ୍ରିମକୋର୍ଟଙ୍କ ଏହି ରାୟ ବହୁ କାରଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି | ସେ କହିଛନ୍ତି ଯେ ଏହି ରାୟ ପ୍ରମାଣିତ କରେ ଯେ କୌଣସି ବିବାଦକୁ ସମାଧାନ କରିବାରେ ଆଇନଗତ ପ୍ରକ୍ରିୟା ପାଳନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ |

Image Source: Zee News


ସବୁ ପକ୍ଷଙ୍କୁ ନିଜ ନିଜର ଦଲିଲ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି | ନ୍ୟାୟର ମନ୍ଦିର ବହୁ ଦିନର ପୁରୁଣା ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରିଛନ୍ତି | ଏହି ନ୍ୟାୟିକ ପ୍ରକ୍ରିୟା ଲୋକଙ୍କର ବିଶ୍ୱାସକୁ ଆହୁରି ମଜଭୁତ କରିବ | ଆମ ଦେଶର ହଜାର ହଜାର ବର୍ଷର ପୁରୁଣା ଭାଇଚାରାର ଭାବନା ଅନୁଯାୟୀ ୧୩୦ କୋଟି ଭାରତୀୟ ଶାନ୍ତି ଓ ସଂଯମତାର ପରିଚୟ ଦେବା |

ସମ୍ବନ୍ଧିତ ଖବର