ବାଂଲାଦେଶ ମୁକ୍ତି ସଂଗ୍ରାମ ପାଇଁ ମୁଁ ଜେଲ ଯାଇଥିଲି: ମୋଦୀ

ଢାକା: ବାଂଲାଦେଶ ମୁକ୍ତି ଆନ୍ଦୋଳନ ପାଇଁ ମୁଁ ସତ୍ୟାଗ୍ରହ କରିଥିଲି ଓ ଜେଲ ଯାଇଥିଲି, କିଛି ଏଭଳି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ | ଦୁଇ ଦିନିଆ ଗସ୍ତରେ ବାଂଲାଦେଶ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି | ବାଂଲାଦେଶ ସ୍ୱାଧୀନତାର ୫୦ତମ ବାର୍ଷିକୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶରେ ପହଞ୍ଚିଥିଲେ । ମୋଦୀ କହିଛନ୍ତି,” ବାଂଲାଦେଶର ସ୍ୱାଧୀନତା ପାଇଁ ମୋର ଏବଂ ମୋର ଅନେକ ସହକର୍ମୀ ସତ୍ୟାଗ୍ରହ କରିଥିଲୁ ଆଉ ଗିରଫ ହୋଇଥିଲୁ | ବାଂଲାଦେଶକୁ ସ୍ୱାଧୀନତା ଦେବା ପାଇଁ ମୋର ସଂଘର୍ଷରେ ସାମିଲ ହେବା, ମୋ ଜୀବନର ପ୍ରଥମ ଆନ୍ଦୋଳନ ମଧ୍ୟରୁ ଗୋଟିଏ ଥିଲା |

ଯେତେବେଳେ ମୋର ବୟସ ୨୦-୨୨ ବର୍ଷ ଥିଲା ସେତେବେଳେ ମୋର ଓ ଅନେକ ସାଥି ବାଂଲାଦେଶ ଲୋକଙ୍କ ପାଇଁ ସତ୍ୟାଗ୍ରହ କରି ଗିରଫ ହୋଇଥିଲୁ’ | ମୋଦୀ ଏହି ଅବସରରେ କହିଥିଲେ ଯେ ଭାରତ ଓ ବାଂଲାଦେଶ ସାମ୍ନାରେ ଆତଙ୍କବାଦ ଏକ ବଡ ବିପଦ ଭଳି ହୋଇଥିବାବେଳେ ଦୁଇ ଦେଶ ପାଖରେ ଗଣତନ୍ତ୍ରର ଶକ୍ତି ରହିଛି |

କରୋନା ମହାମାରୀ ସମୟରେ ଦୁଇ ଦେଶ ମଧ୍ୟରେ ଭଲ ତାଳମେଳ ରହିଥିଲା | କରୋନା ଭାଇରସକୁ ମାତ ଦେବା ପାଇଁ ଭାରତ ନିର୍ମିତ ଟୀକା, ବାଂଲାଦେଶ କାମରେ ଆସୁଛି |

 

ସମ୍ବନ୍ଧିତ ଖବର