ପିଓକେରେ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୩୧ ଛୁଇଁଲା, ମୋଦୀ ଜଣାଇଲେ ସମବେଦନା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟ କେତେକ ରାଜ୍ୟରେ ଆସିଥିବା ଭୂମିକମ୍ପ ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଏହି ଭୂମିକମ୍ପ ଯୋଗୁଁ୩୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ଥିଲା ବୋଲି ୟୁଏସ ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଏହାର କେନ୍ଦ୍ର ପାକିସ୍ତାନ ଅଧିକୃତ କଶ୍ମୀରର ମୀରପୁରଠାରୁ ୧ କିମି ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି |


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ଲେଖାଯାଇଛି ଯେ ଭାରତ ଓ ପାକିସ୍ତାନରେ ଆସିଥିବା ଭୂକମ୍ପରେ ଜନଜୀବନ ଓ ସମ୍ପତ୍ତି କ୍ଷତିକୁ ନେଇ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି |

Zee News

ପ୍ରଧାନମନ୍ତ୍ରୀ ପୀଡିତଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଥିବାବେଳେ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି | ଏଠାରେ ସୂଚନା ଥାଉ କି ଏହି ଭୂମିକମ୍ପ ଯୋଗୁଁ ପାକିସ୍ତାନ ଅଧିକୃତ କଶ୍ମୀର, ପାକିସ୍ତାନର ପଞ୍ଜାବ, ଖ୍ଵାଇବର ପଖତୁନଖ୍ଵାବା ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।

ସମ୍ବନ୍ଧିତ ଖବର