ଜଲ୍ଲିକଟ୍ଟୁକୁ ନେଇ ମୋଦୀଙ୍କ ବଡ ବୟାନ, ଏହି ଖେଳକୁ ସମାପ୍ତ କରିବାକୁ ଚାଁହୁଥିଲା କଂଗ୍ରେସ

ଚେନ୍ନାଇ: ପଶ୍ଚିମବଙ୍ଗ ଏବଂ ଆସାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଦକ୍ଷିଣ ଭାରତର ଦୁଇ ରାଜ୍ୟ ତାମିଲନାଡୁ ଏବଂ କେରଳରେ ପ୍ରଚାରର ଦାୟିତ୍ୱ ନେଇଛନ୍ତି | ଆଉ ମୋଦୀ ଆଜି ଭୋଟରଙ୍କ ସମର୍ଥନ ପାଇବା ପାଇଁ ଜଲ୍ଲିକଟ୍ଟୁ କାର୍ଡ ଖେଳିଛନ୍ତି | ମୋଦୀ ଆଜି ମଦୁରାଇରେ ହୋଇଥିବା ନିର୍ବାଚନୀ ସଭାରେ କହିଛନ୍ତି ଯେ ଉଭୟ ଡିଏମକେ ଏବଂ କଂଗ୍ରେସ ପାର୍ଟି ନିଜକୁ ତାମିଲ ଭାଷା ଏବଂ ସଂସ୍କୃତିର ସଂରକ୍ଷକ ଭାବରେ ଉପସ୍ଥାପନ କରୁଛନ୍ତି, କିନ୍ତୁ ବାସ୍ତବତା ଅନ୍ୟ କିଛି ଅଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ-ଡିଏମକେ ମେଣ୍ଟର କୌଣସି ଏଜେଣ୍ଡା ନାହିଁ, ତଥାପି ସେମାନେ ମିଛ ନ କହିବା ଭଲ , କାରଣ ଲୋକମାନେ ମୂର୍ଖ ନୁହଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୧୬ ମସିହାରେ କଂଗ୍ରେସ ଏହାର ଘୋଷଣାପତ୍ରରେ ଜଲ୍ଲିକଟ୍ଟୁକୁ ବ୍ୟାନ କରିବାକୁ ପ୍ରତିଶୃତି ଦେଇଥିଲା |

ଜଲିକଟ୍ଟୁ ନିଷେଧାଦେଶ ଦେଇଥିବାରୁ କଂଗ୍ରେସ ଏବଂ ଡିଏମକେ ଲଜ୍ଜିତ ହେବା ଉଚିତ କାରଣ ଲୋକମାନେ ଏତେ ମୂର୍ଖ ନୁହନ୍ତି | ଲୋକମାନେ ଯେତେବେଳେ କଂଗ୍ରେସ ଓ ଡ଼ିଏମକେକୁ ସମାଧାନର ଉପାୟ ମାଗିଥିଲେ ସେତେବେଳେ ସେମାନେ ଖେଳକୁ ବ୍ୟାନ କରିବାର ବାଟ ଖୋଜିଥିଲେ | ସେହି ସମୟରେ କେନ୍ଦ୍ର ସରକାର ଏଆଇଡିଏମକେର ଦ୍ୱାରା ପ୍ରସ୍ତୁତ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିଲେ, ଯାହାପରେ ମଦୁରାଇରେ ଜଲ୍ଲିକଟ୍ଟୁ ହୋଇପାରିଥିଲା |

ସମ୍ବନ୍ଧିତ ଖବର