ମା’ମାନଙ୍କୁ ଦେଖିବାର ଥାଏ ଧାରାବାହିକ ‘କ୍ୟୁଁ କି ଶାଶ ଭି କଭି ବହୂ ଥି’: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନେପଡ଼ିଲା ଲୋକପ୍ରିୟ ଧାରାବାହିକ ‘କ୍ୟୁଉଁ କି ସାସ ଭି କଭି ବୋହୁ ଥି’ର କଥା | ଆଉ ଏହି ଧାରାବାହିକ ପାଇଁ ଘରର ମହିଳାମାନେ ବିଶେଷ କରି ମା ମାନେ କେତେ ଆଗ୍ରହୀ ହେଉଥିଲେ, ମୋଦୀ ଆଜି ତାହା ମଜାଳିଆ ଅନ୍ଦାଜରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି | ‘ପ୍ରଧାନମନ୍ତ୍ରୀ ବାଲ୍‌ ପୁରସ୍କାର’ ବିଜୟୀ ପିଲାମାନଙ୍କ ସହ ନିଜ ବାସଭବନରେ କଥାବାର୍ତ୍ତା କରି ମୋଦୀ ଏବାବଦରେ କହିଛନ୍ତି | ମୋଦୀ ପିଲାମାନଙ୍କୁ ପଚାରିଥିଲେ ଯେ କେଉଁମାନେ ପାଣିକୁ ଔଷଧ ଭଳି ବାଧ୍ୟବାଧ୍ୟକତାର ସହ ପିଅନ୍ତି ଓ କେଉଁମାନେ ପାଣିକୁ ଫଳ ରସ ଭଳି ଆନନ୍ଦ ସହକାରେ ପିଅନ୍ତି | ଏହା ପରେ ଛାତ୍ରଛାତ୍ରୀଙ୍କ ଉତ୍ତର ଶୁଣି ମୋଦୀ କହିଥିଲେ ଯେ ପାଣିର ସ୍ବାଦକୁ ସବୁବେଳେ ଅନୁଭବ କରି ପିଇବା ଉଚିତ |


ଏହା ପରେ ମୋଦୀ କହିଥିଲେ ଧାରାବାହିକର କଥା | ସେ କହିଥିଲେ ଯେ ଲୋକ ଭାବନ୍ତି ଯେ ମା କହିଥାନ୍ତି ଜଲଦି ଜଲଦି ପାଣି ପିଅ ଓ ପାଠ ପଢ଼ | ଯେବେ ଆପଣଙ୍କୁ ପାଣି ବଦଳରେ କ୍ଷୀର ମଧ୍ୟ ପିଇବାକୁ ଦେଇଥାନ୍ତି ସେହି ସମୟରେ ବି କହିଥାନ୍ତି ଜଲଦି ଜଲଦି କ୍ଷୀର ପିଅ | କାରଣ ମା ମାନଙ୍କୁ ‘କ୍ୟୁଉଁ କି ସାସ ଭି କଭି ବୋହୁ ଥି’ ସିରିୟଲ ଦେଖିବାର ଥାଏ |

ବଡ କଥା ଯେ ଏହି ସମୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଉପସ୍ଥିତ ଥିଲେ | ସ୍ମୃତି ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ | ଯାହାକୁ ନେଇ ଉପସ୍ଥିତ ପିଲାମାନେ ଜୋରରେ ହସିଉଠିଥିଲେ |

ସମ୍ବନ୍ଧିତ ଖବର