ଯେବେ ଜିଲ୍ଲା କରୋନାକୁ ହରାଇବ ସେବେ ଦେଶ କରୋନାଠାରୁ ଜିତିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନଅ ରାଜ୍ୟର ୪୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ ‘ଆମ ଦେଶରେ ଯେତେ ଜିଲ୍ଲା ଅଛି, ବିଭିନ୍ନ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଗୋଟିଏ ପ୍ରକାରେ, ପ୍ରତ୍ୟେକ ଜିଲ୍ଲାର ଭିନ୍ନ ଚ୍ୟାଲେଞ୍ଜ ରହିଛି | ଆପଣମାନେ ଆପଣଙ୍କ ଜିଲ୍ଲାର ଚ୍ୟାଲେଞ୍ଜଗୁଡ଼ିକୁ ବହୁତ ଭଲ ଭାବରେ ବୁଝିଛନ୍ତି | ତେଣୁ ଯେତେବେଳେ ଆପଣଙ୍କର ଜିଲ୍ଲା କରୋନା ମହାମାରୀ ବିରୋଧରେ ଜିତିବ ସେବେ ଦେଶ ଜିତିବ |

କରୋନା ବିରୋଧରେ ଏହି ଯୁଦ୍ଧରେ ଆପଣ ସମସ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି | ଆପଣ ଏହି ଯୁଦ୍ଧକ୍ଷେତ୍ରରେ କମାଣ୍ଡର ହୋଇଥିବାବେଳେ ଆମର ଅସ୍ତ୍ର ହେଉଛି – ସ୍ଥାନୀୟ କଣ୍ଟେନମେଣ୍ଟ ଜୋନ, ଶୀଘ୍ର ଅନୁସନ୍ଧାନ ଏବଂ ଲୋକମାନଙ୍କୁ ସଠିକ୍ ସୂଚନା | ଏଥି ସହିତ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଏହି ସମୟରେ ଅନେକ ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ହ୍ରାସ ପାଉଛି ଏବଂ ଅନେକ ରାଜ୍ୟରେ ଏହା ବୃଦ୍ଧି ପାଉଛି। କିନ୍ତୁ ହ୍ରାସ ପାଉଥିବା ପରିସଂଖ୍ୟାନ ମଧ୍ୟରେ ଆମକୁ ଅଧିକ ସଜାଗ ରହିବା ଆବଶ୍ୟକ |

ସେ କହିଛନ୍ତି ଯେ କରୋନାର ଏହି ଦ୍ୱିତୀୟ ତରଙ୍ଗରେ, ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକା ପ୍ରତି ଆମର ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି | ଆମକୁ ସଂକ୍ରମଣ ରୋକିବା ସହ ଦୈନଦିନ ଜୀବନ ସହ ଜଡିତ ଅତ୍ୟାବଶ୍ୟକ ସାମଗ୍ରୀକୁ ମଧ୍ୟ ଯୋଗାଇବାକୁ ପଡିବ | ସୂଚନା ଥାଉ କି ଆଜି ମୋଦୀ କର୍ଣ୍ଣାଟକ, ବିହାର, ଆସାମ, ଚଣ୍ଡିଗଡ଼, ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର