ଦେଶ ବିରୋଧୀ ଷଡ଼ଯନ୍ତ୍ରକାରୀଙ୍କୁ ଉଚିତ ଜବାବ ଦିଆଯିବ: ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି | ମୋଦୀ ଆଜି ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି | ମୋଦୀ ତାଙ୍କ ଭାଷଣରେ ପ୍ରଥମରେ କହିଥିଲେ ଯେ ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନ ସ୍ଥିତି ଉପରେ ନଜର ରଖିଛନ୍ତି | ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି | ମୋଦୀ ତାଙ୍କ ଅଭିଭାଷଣରେ ଚଳିତ ବଜେଟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଅନୁଦାନ ଓ ଯୋଜନା ବାବଦରେ ବଖାଣିଥିଲେ |

ଆଉ ଜନସଭାରେ ଆଜି ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ଟାର୍ଗେଟ କରିଥିଲେ | ମୋଦୀ କହିଥିଲେ ଯେ ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ କାହିଁକି ପଛରେ ପଡିଛି ? ଗତ ୧୦ ବର୍ଷ ଧରି ମମତାଙ୍କ ସରକାର କେତେ ଶିଳ୍ପ ସ୍ଥାପନ କରିଛନ୍ତି | ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ କଂଗ୍ରେସ ଶାସନରେ ଥିଲା | କଂଗ୍ରେସ ଭ୍ରଷ୍ଟାଚାର କରିଥିବାବେଳେ ବାମ ଦଳ ସରକାର ଭ୍ରଷ୍ଟାଚାର ଓ ଅତ୍ୟାଚାର କରିଥିଲା | ବାମଦଳର ପୁନର୍ଜୀବନ ଭାବେ ମମତା ଉଭା ହୋଇଛନ୍ତି | ଦେଶ ବିରୋଧରେ ଯିଏ କହିଲେ ବି ମମତା ଦିଦିଙ୍କୁ କୌଣସି ଫରକ ପଡେ ନାହିଁ |

ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ ମୁଁ କହିବାକୁ ଚାଁହୁଛି ଦେଶ ଏହି ଷଡ଼ଯନ୍ତ୍ରକାରୀଙ୍କୁ ପୁରା ସାହସର ସହିତ ଜବାବ ଦେବ | ମା, ମାଟି, ମଣିଷ କହୁଥିବା ଦିଦିଙ୍କ ପାଖରେ ଆଜି ଭାରତ ମା ପାଇଁ ସ୍ୱର ଉଠାଇବାର ସାହସ ନାହିଁ | ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ବି ଏଠାକାର ସରକାର ଦୁର୍ନୀତି କରିବାର ବାଟ ଖୋଜିଛନ୍ତି | ସୂଚନା ଥାଉ କି ୧୫ ଦିନ ମଧ୍ୟରେ ମୋଦୀଙ୍କର ଏହା ଦ୍ଵିତୀୟ ପଶ୍ଚିମବଙ୍ଗ ଗସ୍ତ ହୋଇଥିବାବେଳେ ଆଜି ତାଙ୍କର ପ୍ରଥମ ନିର୍ବାଚନୀ ସଭା ବୋଲି କୁହାଯାଉଛି | ଆଉ ରାଜ୍ୟ ବିଜେପି ପକ୍ଷରୁ ହଳଦିଆ ଜନସଭାରେ ୨ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାର କୁହାଯାଇଛି |

ସମ୍ବନ୍ଧିତ ଖବର