ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ଆଉ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାବନଗରରେ 'ପାପା କି ପରୀ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାପା କି ପରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଭାବନଗରର ଜବାହର ମଇଦାନରେ ଏକ ଫାଉଣ୍ଡେସନ ଦ୍ୱାରା 'ପାପା କି ପରୀ କାର୍ଯ୍ୟକ୍ରମ' ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ୫୫୧ଜଣ ଝିଅ ବିବାହ କରିଥିଲେ |

Advertisment


ଏହି ସମସ୍ତ କନ୍ୟାମାନଙ୍କର ପିତାଙ୍କର ଦେହାନ୍ତ ହୋଇଯାଇଥିବାବେଳେ ଫାଉଣ୍ଡେସନ ପକ୍ଷରୁ ଏମାନଙ୍କର ବିବାହ ଖର୍ଚ୍ଚ ବହନ କରାଯାଇଥିଲା | ପ୍ରଧାନମନ୍ତ୍ରୀ ମୋଦୀ 'ପାପା କି ପରୀ' କାର୍ଯ୍ୟକ୍ରମରେ ପହଞ୍ଚି ସମସ୍ତ ୫୫୧ ଦମ୍ପତିଙ୍କୁ କହିଥିଲେ ଯେ ଆପଣମାନେ ଘରେ ପହଞ୍ଚିବା ପରେ ସମ୍ପର୍କୀୟ ମାନେ କହିପାରନ୍ତି ପୁଣି ଥରେ ବଡ ଆକାରରେ ବିବାହ ସମାରୋହ ଆୟୋଜନ କରିବା | ତେବେ ଆପଣମାନେ ସମ୍ପର୍କୀୟଙ୍କ ଚାପରେ ପୁନର୍ବାର ବିବାହ ଉତ୍ସବ ନକରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବିବାହ ଉତ୍ସବରେ ବ୍ୟୟ ହେବାକୁ ଥିବା ଟଙ୍କା ସେମାନଙ୍କ ପିଲାମାନଙ୍କ ପାଇଁ ସଞ୍ଚୟ କରନ୍ତୁ।