ଅନାବଶ୍ୟକ ଯାତ୍ରା ବନ୍ଦ କରିବାକୁ ମୋଦୀଙ୍କ ଅନୁରୋଧ

ଡାକ୍ତରଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣିଥରେ ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି ସେଭଳି କୌଣସି ଜରୁରୀ କାମ ନଥିଲେ ଘର ବାହାରକୁ ବାହାରନ୍ତୁ ନାହିଁଏବଂ ନିଜ ସହ ପରିବାର ଏବଂ ବନ୍ଧୁବାନ୍ଧବଙ୍କୁ ସୁରକ୍ଷିତ ରଖିବାପାଇଁ ନିର୍ଦ୍ଦେଶ ପାଳନ କରନ୍ତୁ। ରବିବାର ସକାଳ ୭ଟାରୁ ରାତି ୯ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ ମୋଦୀ କହିଥିବା ବେଳେ ଆଜି ପୁଣିଥରେ ‌ଲୋକମାନଙ୍କୁ ଏନେଇ ଅନୁରୋଧ କରିଛନ୍ତି। ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି ଅନାବଶ୍ୟକ ଯାତ୍ରା କାହାକୁ ବି ସହଯୋଗ କରିବନାହିଁ। ଡାକ୍ତର ଏବଂ ଅନ୍ୟ କର୍ତ୍ତୃପକ୍ଷମାନଙ୍କ ଉପଦେଶ ମାନିବାକୁ ମୋଦୀ ଅନୁରୋଧ କରିଛନ୍ତି। ଯେଉଁମ‌ାନେ ହୋମ୍‌ କ୍ବାରେଣ୍ଟିନ୍‌ରେ ଅଛନ୍ତି ସେମାନଙ୍କୁ କିଛି ନିର୍ଦ୍ଦେଶ ମାନିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। କେବଳ ଘରେ ନୁ‌ହେଁ, ସହରରେ ବି ସଚେତନ ହେବାକୁ ପଡ଼ିବ। ଏଭଳି ସ୍ଥଳରେ ଅତି ଛୋଟ କାମ ବି ଅତି ବଡ଼ ପ୍ରଭାବ ପକାଇବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର