ନୂଆଦିଲ୍ଲୀ: ସିଏବି (ନାଗରିକତା ସଂଶୋଧନ ବିଲ୍)କୁ ବିରୋଧ କରି ଆସାମରେ ଏବେ ହିଂସା ଓ ଆନ୍ଦୋଳନ ଭୟଙ୍କର ରୂପ ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପୂର୍ବାଞ୍ଚଳ ବାସିନ୍ଦା ନିକଟରେ ତାଙ୍କ ଆଶ୍ବାସନା ବାର୍ତ୍ତା ପହଞ୍ଚାଇଛନ୍ତି। ସିଏବିକୁ ସଂସଦରେ ଗୃହୀତ ହୋଇଥିବାରୁ ଏ ନେଇ ଆସାମ ତଥା ଉତ୍ତରପୂର୍ବର ଭାଇ ଭଉଣୀମାନେ କିଛି ଚିନ୍ତା କରିବାର କାରଣ ନାହିଁ । ଏ ସଂକ୍ରାନ୍ତରେ ମୁଁ ସମସ୍ତଙ୍କୁ ଆଶ୍ବସ୍ତ କରୁଛି ବୋଲି ମୋଦୀ କହିଛନ୍ତି। ମୋଦୀ ଆଜି ଟ୍ବିଟ୍ କରି କହିଛନ୍ତି, ଆସାମର ଭାଇ ଓ ଭଉଣୀମାନଙ୍କୁ ମୁଁ ଆଶ୍ବାସନା ଦେବାକୁ ଚାହୁଛି ଯେ ସିଏବି ଗୃହୀତ ହେବା ଦ୍ବାରା କୌଣସି ଜଣେ ବି ମୂଳ ବାସିନ୍ଦାଙ୍କ ଅଧିକାରରେ କିଛି ଫରକ୍ ପଡ଼ିବ ନାହିଁ। ଉତ୍ତର ପୂର୍ବ ବାସିନ୍ଦାଙ୍କ ଅଧିକାର, ବିରଳ ପରିଚୟ ଏବଂ ସୁନ୍ଦର ସଂସ୍କୃତିକୁ କେହି ଛଡ଼ାଇ ନେଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟବାସୀଙ୍କ ଅଧିକାର ଓ ସଂସ୍କୃତି ସୁରକ୍ଷିତ ରହିବ ଏବଂ ଆହୁରି ଅଧିକ ସୁଦୃଢ଼ ହେବ ବୋଲି ମୋଦୀ କହିଛନ୍ତି। ଅନ୍ୟପକ୍ଷେ ମୋଦୀ କହିଛନ୍ତି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଯେଉଁ ହିଂସାତ୍ମକ ଆନ୍ଦୋଳନ ହୋଇଛି ତା’ ପଛରେ କଂଗ୍ରେସର ଷଡ଼ଯନ୍ତ୍ର ରହିଛି। କଂଗ୍ରେସ ବିଭ୍ରାନ୍ତି ସୃଷ୍ଟି କରି ଆନ୍ଦୋଳନକାରୀଙ୍କୁ ଉସୁକାଉଛି ଏବଂ ଲଗାତାର ଅପପ୍ରଚାର ଚଳାଇଛି ବୋଲି ମୋଦୀ କହିଛନ୍ତି।
ଉତ୍ତରପୂର୍ବବାସୀଙ୍କୁ ଆଶ୍ବସ୍ତ କଲେ ମୋଦୀ, ରାଜ୍ୟବାସୀଙ୍କ ଅଧିକାର ସୁରକ୍ଷିତ ରହିବ
ହିଂସା ପଛରେ କଂଗ୍ରେସର ଷଡ଼ଯନ୍ତ୍ର
/sambad/media/post_attachments/wp-content/uploads/2019/11/modi-speech.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)