ମନ୍ତ୍ରୀମାନଙ୍କୁ ପାଞ୍ଚ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ୫ ବର୍ଷ ପାଇଁ ଭିଜନ ଦସ୍ତାବିଜ ପ୍ରସ୍ତୁତ କରିବାକୁ କହିଛନ୍ତି। ମେ ୩୧ରେ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ହିଁ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀଙ୍କୁ ନିଜ ନିଜ ବିଭାଗର ଭିଜନ ଦସ୍ତାବିଜ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ପ୍ରଥମ ୧୦୦ ଦିନର କାର୍ଯ୍ୟ ଖସଡ଼ା ସହିତ ୫ ବର୍ଷ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମିଳିଥିବାରୁ ମନ୍ତ୍ରୀମାନେ ଏବେ ତତ୍ପର ହୋଇଉଠିଛନ୍ତି।

ସମ୍ବନ୍ଧିତ ଖବର